Wq/or/ଶ୍ରୀ ଜଗନ୍ନାଥ ଭଜନ/ସାରଳା ଦାସ

< Wq‎ | or

ଜୟ ନୀଳାଚଳ ନାଥ edit

(ସାରଳା ଦାସ)

ଜୟ ନୀଳାଚଳ ନାଥ ଅଗତି ତାରଣ
ଜୟ ରମାପତି ପ୍ରଭୁ ମାନ ଉଦ୍ଧାରଣ

ଆହେ କଲାକର ମୁଖ ପାଣ୍ଡବ ରକ୍ଷକ
ସେ ମୁଖ ଦର୍ଶନେ ପାପ ନ ରହଇ ପାଖ

ବଡ଼ ଦେଉଳେ ବସିଛ ହୋଇ ଵଜ୍ର ସ୍ନେହା
ପତିତପାବନ ବୋଲି ଉଡାଉଛ ବାନା।

ମୁଁ ପତିତ ମୋ ଗୁହାରି ଶ୍ରବଣେ ଅକ୍ଷମ
ଅଜାମିଳଠାରୁ ମୁଁ କି ଅଟଇ ଅଧମ?

ତାହାକୁ ତାରିଲ ପ୍ରଭୁ କଟାକ୍ଷ ମାତ୍ରରେ
ସେହିପରି ଦୃଷ୍ଟି ପଡୁ ମୋ' ଉପରେ ଥରେ

ବାଟ ଖରଚକୁ ମୋର କିଛି ନାହିଁ ଧନ
ତୁମେ ହିଁ ସମୂଳ ମୋର ରଙ୍କର ରତନ।

ଅଣଚାଶ ବେଳକୁ ଭରସା କେହି ନାହିଁ
ତୁମ୍ଭେ ଉଦ୍ଧାରନ୍ତା ଅଟ ପ୍ରଭୁ ଭାବଗ୍ରହୀ

ଇଚ୍ଛାମୟ ହରି ତୁମ ମହିମା ଅସୀମ
ଦୁବଗଛ କରିପାର ଭୟଙ୍କର ଦ୍ରୁମ

ତୁମ୍ଭର କୃପାରେ ପଙ୍ଗୁ ଲଙ୍ଘିପାରେ ଗିରି
ତୁମର ବଳେ କପିଏ ଗଲେ ସିନ୍ଧୁ ତରି।

ତୁମ୍ଭ ମହିମା ବର୍ଣ୍ଣନେ ଅଛି କା' ଶକତି
ସାରଳା ଦାସ ମାଗଇ ହେ ପ୍ରଭୁ ମୁକତି।

ଜୟ ଜୟ ଜଗନ୍ନାଥ edit

(ସାରଳା ଦାସ)

ଜୟ ଜୟ ଜଗନ୍ନାଥ ଜଗତ କାରଣ।
ଜୟ ନୀଳଗିରିବାସୀ ଭକତ ଜୀଵନ।।

ଭକତଙ୍କ ହିତେ ହସ୍ତେ ଚକ୍ର ଧର ସଦା।
ତାଙ୍କର ଅଭୀଷ୍ଟ ପ୍ରଭୁ କରିଦିଅ ପଦା।।

ତୁମ୍ଭେ କରୁଣା ନକଲେ ହେ କରୁଣାସିନ୍ଧୁ।
ତରି ନ ପାରନ୍ତି ନରେ ଏହି ଭବବନ୍ଧୁ।।

ଆହାପ୍ରଭୁ ଜଗନ୍ନାଥ ! କିଦୟା ଭକତେ।
ସର୍ବଦା ଅନାଇ ଥାଅ ତାଙ୍କୁ କୃପା ନେତ୍ରେ।।

ମୁଁ ତୁମ୍ଭ ପଦକିଙ୍କର ହେ ନୀଳାଦ୍ରି ନାଥ।
ତୁମ୍ଭ ବିନୁ ଆଶ୍ରା କେହି ନାହିଁ ମୁଁ ଅର୍କ୍ଷିତ।।

ସାରଳା ଦାସ ମୋ' ନାମ ତବ ଭାବ ଭାବି।
ଭାରତ ରଚନା କରି ବୋଲାଉଛି କବି।।