Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ ଓ ଚଉତିଶା
ପ୍ରଳୟପୟୋଧିଜଳେ
editପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍
ବିହିତବହିତ୍ରଚରିତ୍ର ମଖେଦମ୍,
କେଶବ!
ଧୃତମୀନଶରୀର, ଜୟ ଜଗଦୀଶହରେ।।
କ୍ଷତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ,
ଧରଣିଧରଣକିଣଚକ୍ରଗରିଷ୍ଠେ
କେଶବ!
ଧୃତ କଚ୍ଛପରୂପେ, ଜୟ ଜଗଦୀଶ ହରେ।।
ବସତି ଦଶନଶିଖରେ ଧରଣୀ ତବ ଲଗ୍ନା
ଶଶିନି କଳଙ୍କକଳେବ ନିମଗ୍ନା
କେଶବ!
ଧୃତ ଶୂକରରୂପେ, ଜୟ ଜଗଦୀଶ ହରେ।।
ତବ କରକମଳବରେ ନଖମଦ୍ଭୁତଶୃଙ୍ଗମ୍
ଦଳିତହିରଣ୍ୟକଶିପୁତନୁଭୄଙ୍ଗମ୍
କେଶବ!
ଧୃତ ନରହରିରୂପ, ଜୟ ଜଗଦୀଶ ହରେ।।
ଛଳୟସି ବିକ୍ରମଣେ ବଳିମଦ୍ଭୁତବାମନ
ପଦନଖନୀରଜନିତଜନପାବନ
କେଶବ!
ଧୃତବାମନରୂପ,ଜୟ ଜଗଦୀଶ ହରେ।।
କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍
ସ୍ନପୟସି ପୟସି ଶମିତଭଵତାପମ୍
କେଶବ!
ଧୃତଭୄଗପତିରୂପି, ଜୟ ଜଗଦୀଶ ହରେ।।
ବିତରସି ଦିକ୍ଷୁ ରଣେ ଦିକ୍ପତିକମନୀୟମ୍
ଦଶମୁଖ ମୌଳିବଳିଂ ରମଣୀୟମ୍
କେଶବ!
ଧୃତରାମଶରୀର, ଜୟ ଜଗଦୀଶ ହରେ।।
ବହସି ବପୁଷି ବିଶଦେ ବସନଂ ଜଲଦାଭମ୍
ହଲହତିଭୀତିମିଳିତଯମୁନାଭମ୍
କେଶବ!
ଧୃତହଳଧରରୂପମ, ଜୟ ଜଗଦୀଶ ହରେ।।
ନିନ୍ଦସି ଯଜ୍ଞବିଧରେହହ ଶ୍ରୁତିଜାତମ୍
ସଦୟହୃଦୟ ଦର୍ଶିତପଶୁଘାତମ୍
କେଶବ!
ଧୃତବୁଦ୍ଧଶରୀର, ଜୟ ଜଗଦୀଶ ହରେ।।
ମ୍ଳେଚ୍ଛନିବହ ନିଧନେ କଳୟସି କରବାଳମ୍
ଧୂମକେତୁମିବ କିମପି କରଳମ୍
କେଶବ!
ଧୃତକଳ୍କିଶରୀର, ଜୟ ଜଗଦୀଶ ହରେ।।
ବେଦନୁଦ୍ଧରତେ ଜଗନ୍ତିବହତେ ଭୂଗୋଳମୁଦ୍ବିଭ୍ରତେ
ଦୈତ୍ୟମ୍ ଦାରୟତେ ବଳିଂ ଛଲୟତେ କ୍ଷତ୍ରକ୍ଷୟଂ କୁର୍ଵତେ।
ପୌଲସ୍ତ୍ୟମ୍ ଜୟତେ ହଳଂ କଳୟତେ କରୁନ୍ୟମାତନ୍ୱତେ
ମ୍ଳେଚ୍ଛାନ୍ମୂର୍ଚ୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟ ନମଃ।
ଜୟ ନୀଳାଚଳ ନାଥ
editଜୟ ନୀଳାଚଳ ନାଥ ଅଗତି ତାରଣ
ଜୟ ରମାପତି ପ୍ରଭୁ ମାନ ଉଦ୍ଧାରଣ
ଆହେ କଲାକର ମୁଖ ପାଣ୍ଡବ ରକ୍ଷକ
ସେ ମୁଖ ଦର୍ଶନେ ପାପ ନ ରହଇ ପାଖ
ବଡ଼ ଦେଉଳେ ବସିଛ ହୋଇ ଵଜ୍ର ସ୍ନେହା
ପତିତପାବନ ବୋଲି ଉଡାଉଛ ବାନା।
ମୁଁ ପତିତ ମୋ ଗୁହାରି ଶ୍ରବଣେ ଅକ୍ଷମ
ଅଜାମିଳଠାରୁ ମୁଁ କି ଅଟଇ ଅଧମ?
ତାହାକୁ ତାରିଲ ପ୍ରଭୁ କଟାକ୍ଷ ମାତ୍ରରେ
ସେହିପରି ଦୃଷ୍ଟି ପଡୁ ମୋ' ଉପରେ ଥରେ
ବାଟ ଖରଚକୁ ମୋର କିଛି ନାହିଁ ଧନ
ତୁମେ ହିଁ ସମୂଳ ମୋର ରଙ୍କର ରତନ।
ଅଣଚାଶ ବେଳକୁ ଭରସା କେହି ନାହିଁ
ତୁମ୍ଭେ ଉଦ୍ଧାରନ୍ତା ଅଟ ପ୍ରଭୁ ଭାବଗ୍ରହୀ
ଇଚ୍ଛାମୟ ହରି ତୁମ ମହିମା ଅସୀମ
ଦୁବଗଛ କରିପାର ଭୟଙ୍କର ଦ୍ରୁମ
ତୁମ୍ଭର କୃପାରେ ପଙ୍ଗୁ ଲଙ୍ଘିପାରେ ଗିରି
ତୁମର ବଳେ କପିଏ ଗଲେ ସିନ୍ଧୁ ତରି।
ତୁମ୍ଭ ମହିମା ବର୍ଣ୍ଣନେ ଅଛି କା' ଶକତି
ସାରଳା ଦାସ ମାଗଇ ହେ ପ୍ରଭୁ ମୁକତି।
ଜୟ ଜୟ ଜଗନ୍ନାଥ
editଜୟ ଜୟ ଜଗନ୍ନାଥ ଜଗତ କାରଣ।
ଜୟ ନୀଳଗିରିବାସୀ ଭକତ ଜୀଵନ।।
ଭକତଙ୍କ ହିତେ ହସ୍ତେ ଚକ୍ର ଧର ସଦା।
ତାଙ୍କର ଅଭୀଷ୍ଟ ପ୍ରଭୁ କରିଦିଅ ପଦା।।
ତୁମ୍ଭେ କରୁଣା ନକଲେ ହେ କରୁଣାସିନ୍ଧୁ।
ତରି ନ ପାରନ୍ତି ନରେ ଏହି ଭବବନ୍ଧୁ।।
ଆହାପ୍ରଭୁ ଜଗନ୍ନାଥ ! କିଦୟା ଭକତେ।
ସର୍ବଦା ଅନାଇ ଥାଅ ତାଙ୍କୁ କୃପା ନେତ୍ରେ।।
ମୁଁ ତୁମ୍ଭ ପଦକିଙ୍କର ହେ ନୀଳାଦ୍ରି ନାଥ।
ତୁମ୍ଭ ବିନୁ ଆଶ୍ରା କେହି ନାହିଁ ମୁଁ ଅର୍କ୍ଷିତ।।
ସାରଳା ଦାସ ମୋ' ନାମ ତବ ଭାବ ଭାବି।
ଭାରତ ରଚନା କରି ବୋଲାଉଛି କବି।।
ଚକାନୟନ ହେ...
edit ଚକାନୟନ ହେ ! ଜଗୁ ଜୀଵନ ଶ୍ରୀହରି
କାତରେ ଜଣାଣ କରୁଛି ଛାମୁରେ
ଶୁଣ ପ୍ରଭୁ ଶ୍ରୁତି ଡେରି ।।ଘୋଷା।।୦।।
କେତେ ସଙ୍କଟୁ କାହାକୁ ରଖି ନାହଁ_ ଦୟାଳୁ ସାରଙ୍ଗଧାରୀ
ତା' ବର୍ଣ୍ଣି ବସିଲେ ପୋଥିକର ପାଠ_ କି ବର୍ଣ୍ଣିବ ଏ ପାମରୀ।।୧।।
ଅହଲ୍ୟା ତାରଣ ଦ୍ରୌପଦୀ କଷଣ_ ହେଳେ ଦେଇଛ ନିବାରି
ମୃଗୁଣୀ ଆରତ ଜାଣି ଜଗନ୍ନାଥ_ ବିପଦୁ ଦେଲ ଉଧାରି।।୨।।
ଶବରୀକି ଦିବ୍ୟ ଗତି ଯାଚି ଦେଲ_ ତା' ଉଚ୍ଛିଷ୍ଟ ଭକ୍ଷି କରି
ମୀରା କରମାଙ୍କ ଭାବେ ହୋଇ ରଙ୍କ_ ସ୍ଥାନ ଦେଲ ବ୍ରଜପୁରୀ।।୩।।
ଜୀଵନ୍ତୀ ପିଙ୍ଗଳା ଆଦି ବାରବାଳା_ ସଂସାରୁ ଗଲେ ନିସ୍ତରି
ଅପାର ମହିମା କେତନ ଉଡାଇ_ ରଖିଛ କୀରତି ଶିରୀ।।୪।।
ମୁଁ ଛାର ନିର୍ମାଖୀ ତୁମ୍ଭର ସେବକୀ_ ପଣ କୁ ଅଯୋଗ୍ୟ ନାରୀ
କରୁଛି ଦିଇନି ଯୋଡି କର ବେନି_ ଶୁଣ ମାଧବୀ ଗୁହାରି।।୫।।
ଦୀନବାନ୍ଧବ ହେ
editଦୀନବାନ୍ଧବ ହେ, ମୋ ଦୁଃଖ ନଗଲା ଯେ
ତୁମ୍ଭେ ଦୀନବନ୍ଧୁ ମୋତେ ପାଶୋରିଲେ ମୋ ବନ୍ଧୁ ହୋଇବ କିଏ।।
ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ମଥାରେ ଦେଇ
ତୁଳସୀ ଚଉରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ।।୧।।
ଚୂଳର ଉପରେ ସେବତୀର ଗଭା ଦେଖିଲେ ମାଡଇ ଭୟେ
ଦୀନବନ୍ଧୁଠାରେ ବିପତ୍ତି ନଥାଇ ଯେଣେ ଯାଉଥିଲେ ଜୟେ।।୨।।
ଦୀନବନ୍ଧୁ ବୋଲି ଯାହାଙ୍କୁ ବୋଲନ୍ତି ସେହିସେ ପରମ ଯୋଗୀ
ଯୋଗୀମାନଙ୍କର ଆତଙ୍ଗ ନାଶନ ଦୁଃଖିମାନଙ୍କର ଭୋଗୀ।।୩।।
ଆଦି ଅନାଦିରେ ବନ୍ଧନ ପଡିଛି ମାୟା ମୋହଲାଗି ଧନ୍ଦ
ଶୂନ୍ୟ ପୁରୁଷ ଯେ ଶୂନ୍ୟରେ ଯାଉଛି କୱରୀ ପଡିବ ବନ୍ଦ।।୪।।
ଏ ଭବସାଗରୁ ତରିବା ନିମନ୍ତେ ପଥର ବାନ୍ଧିଛି ଭେଳା
ତୁମ୍ଭେ ନ ରଖିଲେ ଭାସି ମୁଁ ଯାଉଛି ରଖ ରଖ ଚକାଡୋଳା।।୫।।
ଭଗତ ଭାବରୁ ପ୍ରସନ୍ନ ହେବାରୁ ଭାବ ବିନୋଦିଆ ଯେଣୁ
ବଳରାମ ଦାସ ଅନ୍ନ ନ ମାଗଇ ମାଗଇ ଚରଣ ରେଣୁ।।୬।।