Wq/or/ଶ୍ରୀଜଗନ୍ନାଥ କୃପା ନିଧାନ ହେ/ଦୀନବନ୍ଧୁରାଜ ହରିଚନ୍ଦନ

< Wq‎ | or

ଶ୍ରୀଜଗନ୍ନାଥ କୃପା ନିଧାନ ହେ edit

(ଦୀନବନ୍ଧୁରାଜ ହରିଚନ୍ଦନ)

ଶ୍ରୀଜଗନ୍ନାଥ କୃପା ନିଧାନ ହେ !
                      କର ଦୀନରେ କୃପା ଅଵଧାନ ହେ।।ପାଦ।।

ସେବକ ଅପରାଧୀ ହେଲେ କରୁଣାନିଧି
                      କ୍ଷମା ତ ପ୍ରଭୁପଣ ବିଧାନ ହେ।।୧।।

ସାଧୁଜନଙ୍କ ସଙ୍ଗେ ମଜ୍ଜି କୀର୍ତ୍ତନ ରଙ୍ଗେ
                      ନକଲି ତୁମ୍ଭ ଯାତ୍ରା ଲୋକନ ହେ।।୨।।

ତୁମ୍ଭ ଶ୍ରୀମୂର୍ତ୍ତୀ ଶୋଭା ଦେଖି ମୋ ନେତ୍ର ଲୋଭା
                       ନୋହିଲା ବ୍ୟର୍ଥ ହେଲା ନୟନ ହେ।।୩।।

ସେବା ବିନା ତୁମ୍ଭର ହେ କଞ୍ଜ ନେତ୍ର ମୋର
                        ଧିକ ରାଜ୍ୟପ୍ରଭୁତ୍ୱ ଜୀଵନ ହେ।।୪।।

ଆହେ ଆରତତ୍ରାଣ ହୁଅ ଦୁଃଖୀ ଶରଣ
                        ଦୀନବନ୍ଧୁ ଦୁଃଖ ବିମୋଚନ ହେ।।୫।।