- ଛୋଟିଟୀକି ଶ୍ରୀମତି ବୋଲି କହିଲେ ସେ ଗୋଡ଼ ବୁଲେଇ ବୁଲେଇ ପକାଏ !
- (ଅର୍ଥ: କମ ପ୍ରତିଭାବାନ ଲୋକକୁ ଅତି ଅଧିକ ସମ୍ମାନ ଦେଲେ ସେ ବେଶି ବାଲିଙ୍ଗି ଦେଖାଇଥାଏ)
- ଦିଅଁ ଗଢୁ ଗଢୁ ମାଙ୍କଡ଼
- (ଅର୍ଥ: ଭଲ କାମ କରିବାକୁ ଯାଇ ଓଲଟା ବିଗାଡ଼ି ଦେବା)
- ସମର୍ଥବୋଧକ: ଭଲ କରୁ କରୁ ଭେଲ କରିବା
- ବେଲ ପାଚିଲେ କାଉର କି ଯାଏ
- (ଅର୍ଥ: ଉପଯୁକ୍ତ ଜିନିଷ ଉପଯୁକ୍ତ ଲୋକ ପାଖରେ ନ ପହଞ୍ଚିଲେ ସେ ଅସାର ହୋଇଯାଏ)
- ଢିଙ୍କି ସରଗକୁ ଗଲେ ବି ଧାନ କୁଟେ ।
- (ଅର୍ଥ: ପାରିବାର ଲୋକେ ଯେଉଁଠିକୁ ଗଲେ ବି ନିଜ କାମ ଠିକ ଭାବେ କରିଥାଏ ।)
- ହାତ ଅଳସେ ନିଶ ବଙ୍କା !
- (ଅର୍ଥ: ପରିଶ୍ରମ ଅଭାବରୁ କାମ ସବୁ ଅଧାରୁ ଅଟକି ଯାଏ)
- ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖ ନଯାଅ ଦନାଇ ।
- କୁକୁର ଲାଙ୍ଗୁଡ଼ ବଙ୍କା!
- (ଅର୍ଥ: ଆପଣା ପ୍ରକୃତି କେହି କେବେ ଛାଡ଼େନାହିଁ ।)
- ବିରି ମାଡ଼ ଶୁଣି କୋଳଥ ଚୋପା
ହରଡ଼ କହୁଛି ରଖଲୋ ବାପା ॥
- (ଅର୍ଥ: ଜଣକ ଉପରେ କିଛି ବିପଦ ପଡ଼ିବା ଦେଖି ଆଉ ଜଣଙ୍କର ପିଳେହି ପାଣି ହୋଇ ଗଲା ।)
- ଉପର ବରଡ଼ା ଖସୁଛି,
ମଝି ବରଡ଼ା ହସୁଛି
ତଳ ବରଡ଼ା କହୁଛି,
ମୋ ଦିନ କାଳ ଯାଉଛିରେ ଭାଇ ତୋ ଦିନକାଳ ଆସୁଛି ॥
- ବେଙ୍ଗ କହେ ବେଙ୍ଗୁଲିଲୋ ପୃଥ୍ଵୀ ଘଡ଼ିକେ ଆନ ।
- (ଅର୍ଥ: ପୃଥିବୀର ବଦଲୁଥିବା ଅବସ୍ଥାକୁ ସୂଚାଇ ଏହା କୁହାଯାଇଛି)
- ହାତି ବନସ୍ତରେ ଥିଲେ ବି ରଜାର !
- ନଥିଲା ବଣିଆ କି କରେ ବସି !
- ଦେଖା ସୁନ୍ଦର କଖାରୁ ବଢି ।
- (ଅର୍ଥ: ମହାକାଳ ଫଳ କେଡ଼େ ସୁନ୍ଦର, ଉପର ସୁନ୍ଦର ଭିତରଟା ତାର କି ନାରଖାର ।)
- ଦାନ୍ତୁରି ର ହସିବା କାନ୍ଦିବା ସମାନ ।
- (ଅର୍ଥ: କେବଳ ମୁହଁ ଦେଖି ମନ କଥା କହିବା ଅସମ୍ଭବ ।)
- ଶୁଣ୍ଢି ସାକ୍ଷୀ ମାତାଲ ।
- ସମାର୍ଥବୋଧକ: ସବୁ ଚୋର କେଦାରଶ୍ଵରରେ ରୁଣ୍ଡ ।
- (ଅର୍ଥ: ଖରାପ ଲୋକର ସାଥି ତାହାପରି ଲୋକ ସଦା ଥାନ୍ତି ।)
- ଉଦୁ ଉଦୁମା ତାଳ ଗୋଟମା ପିଟେଇ ସମା,
ପିଟେଇ ଯାଇଛି ଧାନ ବିଲକୁ,
ଧରି ଆଣିବାକୁ ଶଙ୍ଖ ଚିଲକୁ !
- ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ......ତୋର ମୋର ନାଲି ପାଇଁଚ....ନାଲି ପେଁ ପେଁ ବାଜଇ ହିରା...ଗୋଟିକ ଉପରେ ଗୋଟିଏ ଜିରା.....ଆମ୍ବ ପାଚେ ପଣସ ପାଚେ....ତା ଧେଇ ଧେଇ ନେଉଳ ନାଚେ.....ନେଉଳିଆ ଭାଇ ସେଉଳିଆ.....ଅଠର ଗଂଡା ପଟେ..........
- ଉପକାର କଲି କୁକୁରକୁ କୁକୁର ମୁତିଲା ଉପରକୁ।
- (ଅର୍ଥ: ଯାହାକୁ ସାହାଯ୍ୟ କରିବ ସେହିଁ ତମର ସର୍ବନାଶ କରିବା ବା ବିଶ୍ୱାସଘାତକତା କରିବା)