୧. କହଇ ମନ ଆରେ ମୋ ବୋଲ କର,କଳା ଶ୍ରୀମୁଖ ବାରେ ଦେଖିବା ଚାଲ କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ,କି ଘେନି ଯିବୁ ତୋର ଛୁଟିଲେ ଘଟରେ ॥ ୧ ॥ ୨. ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି,ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି ଖଟ ପଲଙ୍କେ ମନ ଶେଯାଇ ଶୋଉ,ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ ॥ ୨ ॥