- ଅଖ ବୁଲୁଥିଲେ ଚକ ବୁଲୁଥାଏ, ବୁଲି ପଡୁଥାଏ ମହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।
- ଅଜାଗା ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ ।
- ଅତି ଭକ୍ତି ଚୋର ଲକ୍ଷଣ ।
- ଅତି ଲେମ୍ବୁ ଚିପୁଡ଼ିଲେ ପିତା ।
- ଅଧର୍ମ ବିତ୍ତ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ ।
- ଅଙ୍ଗୁଳି ସନ୍ଧିରେ ମଳି
ଭିତରେ ଭିତରେ ସଲା ସୁତୁରାଲୋ
ଉପରେ ଉପରେ କଳି । - ଅନ୍ଧ ଥରେ ବାଡ଼ି ହଜାଏ ।
- ଅନ୍ଧାରରେ ବାଡ଼ି ବୁଲାଇବା ।
- ଅରଜି ନପାରେ ମୁଣ୍ଡ, ସୁଆଦ ଲୋଡୁଚି ତୁଣ୍ଡ ।
- ଅଳପ ଧନ ବିକଳ ମନ (ଧନହୀନ ବ୍ୟକ୍ତି ଆବଶ୍ୟକ ମୁତାବକ ବିଭିନ୍ନ ପଦାର୍ଥ ସଂଗ୍ରହ ନକରିପାରିବାରୁ, ତାର ମନ ବିକଳ ହୋଇଥାଏ ) ।
- ଆ ବଳଦ ମୋତେ ବିନ୍ଧ ।
- ଆତଙ୍କ ବେଳେ ଯାଚନ୍ତି କୁକୁଡ଼ା, ଆତଙ୍କ ଗଲେ ଦିଅନ୍ତି ନେଫେଡ଼ା (ଅନେକ ସମୟରେ ମଣିଷ ବିପଦରେ ପଡିଥିବାବେଳେ ଏଥିରୁ ବର୍ତ୍ତିବା ନିମନ୍ତେ ଭଗବାନଙ୍କ ନିକଟରେ କିଛି ମାନସିକ ଯାଚିଥାଏ । ବିପଦ ଟଲିଗଲା ପରେ ସେଥିପ୍ରତି ଧ୍ୟାନ ଦେଇନଥାଏ ) ।
- ଆଜି କୁରୁ କୁରୁ ହସୁ, କାଲି ଲଙ୍ଗଳ କାହିଁରେ ଚଷୁ ? (ରାତିରେ ଭୋଜି କଲାବେଳେ ଜାଳେଣୀ ଅଭାବ ହେଲେ ଲଙ୍ଗଳ ହାଣି କାମ ଚଳେଇ ଦେଲେ, ସକାଳକୁ ଚାଷ କରିବାକୁ ଲଙ୍ଗଳ ନଥାଏ ।)[1]
- ଆଜ ହୁଁ ଏଡ଼େ, ପାଣି ପଡିଲେ ହବୁ କେଡ଼େ - ଛୋଟବେଳୁ ଏତେ ଦୁର୍ଗୁଣ, ବଡ଼ ହେଲେ କ'ଣ ନ କରି ପାରିବ - ନକାରାତ୍ମକ ଭାବରେ ବ୍ଯବହାର ହୁଏ ।
- ଆଜି ଖୁଦ ଯାଉ କାଲି ଗଇଁଠା, ପଅର ଦିନକୁ ଦାରି ଅଇଁଠା ।
- ଆରେ ଏ, ଯେତେବେଳେ ଯେ —“Take appropriate action according to situation”
- ଆପଣା ହସ୍ତେ ଜିହ୍ଵା ଛେଦି, କେ ଅଛି ତାର ପ୍ରତିବାଦୀ
- ଆସିଲ ବନ୍ଧୁ ଭଲ କଲ, ବସିବାକୁ ନାହିଁ ଠା, ଯେଉଁ ବାଟେ ବାଟେ ଆସିଲ ବନ୍ଧୁ ସେଇ ବାଟେ ବାଟେ ଯା ।
- ଆଲୋ ମୁତୁରି ଶୋଇବା, ତୁ ମୁତୁରୀ କି ମୁଁ ମୁତୁରା ହେଂସ କାହିଁପାଇଁ ଧୋଇବା...!!! (ଯଦି ଦୁଇଜଣ ସମଦୋଷ କରନ୍ତି )
- ଆଲୋ ସଖି, ଆପଣା ମହତ ଆପେ ରଖି — ନିଜ ସମ୍ମାନକୁ ନିଜେ ରଖିବାକୁ ପଡ଼ିବ ।
- ଆରେ ଢମଣା , ବୁଲି ବୁଲିକରି ସେଇ ଅଗଣା ।
- ଏକା ମାଘକେ ଶୀତ ଯାଏନାହିଁ।
- ଏଇ କଥାକୁ ନାଁ ପେଲିଦେଲି କଲିକତାକୁ
- ଏ କଥା ରହିଲା ମାନେ, ବେଳ କାଳ ଦେଖି କହିବି ଦିନେ
- ଓଷଦ ରାଗରେ ତାଟିଆ କାମୁଡ଼ିବା
- ଓଧ ସାଙ୍ଗରେ ଭୁଆ ବିଲେଇ ବାଇ
- କାନ୍ଦୁଥା ଯାହା ପାଉଥିବୁ ବାନ୍ଧୁଥା ॥
- କାନ୍ଧରେ ପଡିଲେ ବଜାଇ ଶିଖନ୍ତି
- କାହାକୁ କହିବା, କପାଳରେ ସିନା କର ମାରିବା
- କାଚ, କାଚ, ମଣି, ମଣି, କିଣା ବିକା ବେଳେ ଜଣା ଜଣି
- କଂସାରୀ ଘର ପାରାଙ୍କୁ କୁଲା ଢାଉଁ ଢାଉଁ
- କୁଟା ଖଣ୍ଡକ ଦିଖଣ୍ଡ ନ କରିବା
- କୁଳ ବୋହୂ କାଳିଆ ହେଉ, ଗଙ୍ଗାଜଳ ଗୋଳିଆ ହେଉ
- କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ
- କୁହାଯାଉଥାଇ ସିନା, ତୁହାଇ ତୁହାଇ ପୁଟ ଦେଲେ କାହିଁ, ଲୁହା କି ହୋଇବ ସୁନା
- କେଉଟ ଧରେ ମାଛ, ଖାଏ କଙ୍କଡ଼ା
- କେତକୀ ଖଇର କସ୍ତୁରୀ ବଟୀ, ମହକରେ ପୁର ଯାଉଛି ଫାଟି
- ଖସ କୁଣ୍ଡାଇ ଘା କରିବା
- ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ
- ଖାଇବ ଦକ୍ଷିଣେ ଶୋଇବ ବାଆଁ, ଭାତ ଝଡ଼ିଯିବ ଆପଣା ଛାଆଁ
- ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି
- ଗଜପତିଙ୍କ ଖଟଣୀ ବିଡ଼ିଅା, କି ଗୁଣ କହିବି ବଡବଡ଼ିଆ
- ଗଙ୍ଗା ମାତା, ହିରଣ୍ୟ ବାପ, କଂସ ମାମୁଁ, କର୍ଣ୍ଣ ଭାଇ, ଏମାନଙ୍କର ଦୟାମାୟା ନାହିଁ !
- ଗରଜିଲା ମେଘ ବରଷେ ନାହିଁ
- ଗର୍ଭଧାରିଣୀ ଆଉ କ୍ଷୀର ଦିଆ, ଗୁରୁପତ୍ନୀ ଆଉ ସାବତ ମାଆ, ମାଇଁ, ବ୍ରାହ୍ମଣୀ, ଧାଈ ଆଉ ଗାଇ, ଶାସ୍ତ୍ରେ ଏମାନଂକୁ ଜନନୀ କହି
- ଗାଁ କନିଆଁ ସିଂଘାଣି ନାକୀ
- ଗୋଠ ମାତିଲେ, ଖଣ୍ଡିଆ ମାତେ
- ଗୋଦରା କୋଡେ ଯେତେ ମାଡ଼େ ସେତେ
- ଗୋଦରୀ ଲୋ ଗୋଡ଼କୁ ଅନା
- ଚମ୍ପା ଫୁଲ ତୋହରି ଲାଗି, ଦିନେ ଦିନେ ଖାଏ ଗାଁ ରୁ ମାଗି ॥
- ଛିଲୋ ଛତୁ, ମେଘ ବରଷିଲେ କେତେ ଖାଆନ୍ତୁ
- ଝିଅ କେତେ ଦେଖାଉଛି ଚାତର, ମା ବିକୁଥିଲା ଚିଙ୍ଗୁଡ଼ି ଶୁଖୁଆ, ବୋପା ବିକୁଥିଲା ପତର
- ଦୁଃଖର ସୁଖର ମଣି, ଦୁଃଖରୁ ସୁଖରୁ ଆସିଲା ବେଳକୁ ଧାନ ଦେଇଥିବୁ ପଣି
- ନଇ ନ ଦେଖୁଣୁ ନଙ୍ଗଳା
- ପାଚିଲା ପାନକୁ ଚାନ୍ଦିଆ ଗୁଆ, ଛଣା ମୋତି ଚୂନ କପୂର ଦିଆ
- ପୋଲ ପୋଲ ପୋଲ ଆଡ଼ିଶା, କିଏ ନଜାଣେ ସାଇପଡ଼ିଶା
- ଫୁଲାକୁ ଫୁଲି, କୁଣ୍ଡା ରାନ୍ଧିଦେଲେ ବାହାର ଚୁଲି,
- ବାଇ ବରବର କେନ୍ଦୁ, ଆଷାଢ଼ ମାସରେ ଘଇତା ମଲେ ଧାନ ଦୁଆ ବେଳେ କାନ୍ଦୁ
- ବାଉରି ଫୁଲା, ତାତଲା ଜାଉରେ ବିଞ୍ଚଣା ବୁଲା
- ବାହାଘର ବେଳେ ବାଇଗଣ ରୂଆ
- ଭାସି ଯାଉଥିଲୁ ମଝିନଇରେ ଧରି ଆଣିଥିଲି ତତେ, ଠାକୁଆ ଗାଲରେ ମାଉଁଶ ଲାଗିଲା ଜବାବ ଦେଉଛୁ ମତେ
- ମଳୁ ଖୋଜୁଥିଲା କାକରପାଣି, ବଇଦ କହିଲା ଦେ ତୋରାଣି!
- ମାଲୁଣି ହାତରେ ଲଙ୍କା ମରିଚଲୋ, ମାଳି ହାତେ ଫୁଲ ହାର, ଯାହା ମନ କଥା, ସିଏ ଜାଣେ ସିନା, ତାହା କି ଜାଣିବ ପର ॥
- ମୁଳୁରୁ ମାଇପ ନାହିଁ ପୁଅ ନାଁ ଗୋପାଳ
- ମୋତେ ଯେତେ ମାଠିବୁ ମାଠ ମୁହିଁ ସେଇ ଦରପଡ଼ା କାଠ
- ଯଦି କେହି ଦୃଢ଼ମନା ହୋଇ ରହେ....ତେବେ...
ତୁ କେତେ ହଲଉଚୁ ହଲା...
ମୁଁ କିଛି ନହଲିଲେ ଗଲା...!!! - ଯଦି ସମୁଚିତ ସମ୍ମାନ ନମିଳେ...
ମାଲୋ ମଲି,
ଗାଁ ଚାରିଆଡ଼େ ବୁଲି ଆଇଲି...
କେହି ନକହିଲେ ବସ ବୋଲି...!!! - ଯଦି କେହି ବହୁତ ଦେଖାଶିଖା କରନ୍ତି...
ଅପାଇ ପାଇଚି ପିଲା,
ନା ଗାଁ ଯାକ କିଲିବିଲା...!!! - ଯଦି କେହି ଗର୍ବର ସମସ୍ତ ସୀମା ଟପିଯାଏ...
କ୍ଷୀର ଉତୁରିଲେ ଚୁଲିକୁ,
ମଣିଷ ଉତୁରିଲେ ଗାତକୁ...!!! - ଯଦି କେହି ଦୁଃଖ ସହି ନପାରେ...
ଛାଡ଼ ଅଞ୍ଚଳ ମହାବାହୁ...
ଏ ଜନ୍ମେ ଭେଟ ନାହିଁ ଆଉ...!!! - ଯଦି କେହି ଅଯଥାରେ ଆସ୍ଫାଳନ ଦେଖାଇ ହୁଏ...
ଚୂଲିମୂଳେ ନହୁଣିଆ ପାରୁଥିବ ବିଲେଇ...
ପୁଅ ଦେଖଉଚି ନୁଖୁରା ବଡ଼େଇ...!! - ଅଯଥା ନାଟହାଟ କରି ଆଣିଲେ...
ସରବଜାଣ ହେଇଚି
ହଗୁଛି...ମୁତୁଛି ଆଉ ଘରକୁ ଆଣୁଛି...!
- ରାଣ୍ଡକୁ ଲଗାନାହିଁ କି ଷଣ୍ଢକୁ ପଘାନାହିଁ...!!! (ଯଦି କେହି ନାରୀ ଆସ୍ପର୍ଦ୍ଧା ଦେଖାଏ ।)
- ରାଧା କହିଲେ ଦୂତୀ କି, ଯାହା ହେଇଚି ସେତିକି...!!! (ଯଦି କଥା ଅସମ୍ଭାଳ ହୋଇଉଠେ ।)
- ଖଟା ଖାଇଲେ ଗଡଇ ନାଡା , ମିଠା ଖିଆଯେ ବେମାରୀ ବଢା
ପିତା ଖାଇଲେ ଶୁଖଇ ବୀଜ, ରାଗ ଖାଇଲେ ମଉଳେ ତେଜ
ଲୁଣ ଖାଇଲେ ଉଠଇ ଶୋଷା, ଛାତି ଧରଇ ଖାଇଲେ କଷା
- ଗଂଗାଦି ନାନା ତୀର୍ଥ ନିକଟେ ଥାଇଣ ଚାତକ, ଜଳଦ ଜଳ ଟୋପେକୁ ଆଶ୍ରାକରି ଅବିରତେ ତୃଷୀକ
- ଲୋଭୀ ବାଜପେୟୀ ଖଣ୍ଡେ ଖାଇଲା. ଚାରିଦିନ କାଳ ଘରେ ଶୋଇଲା
- ସୁହାଗିଆ ଭାଇ ସାହୁ
ଦିନେ ନ ଦେଉ କାଳେ ନ ନେଉ
ବାଡ଼ି ପଛେ ଯାଉଥାଉ ॥
- ↑ Script error: No such module "wq/or/Citation/CS1".