Wq/or/ପାରମ୍ପାରିକ ବାଣୀ

< Wq‎ | or
Wq > or > ପାରମ୍ପାରିକ ବାଣୀ
  1. ଧୀର ସ୍ଥିର ନୋହି ଉତ୍ତେଜିତ ହେଲେ
    କାର୍ଯ୍ୟ କେବେ ସିଦ୍ଧ ନୁହେଁ ।
    ଧୀରପାଣି ସିନା ପଥର କାଟଇ
    ସ୍ରୋତ ତହିଁ ବ୍ୟର୍ଥ ହୁଏ ॥
    (ଉତ୍ତେଜିତ ବା ରାଗି ନଯାଇ ଧୀର ସ୍ଥିରଭାବେ ଚିନ୍ତା କରି କାର୍ଯ୍ୟ କଲେ ସଫଳତା ମିଳିଥାଏ ।)
  2. ଅତି ଦର୍ପେ ହତ ଲଙ୍କା ।
    (ଲଙ୍କାର ନରପତିର ରାବଣର ଅତି ଅଧିକ ଗର୍ବ ହେତୁ ପତନ ହେଇଥିଲା ।)
  3. ଅଧର୍ମ ବିତ୍ତ ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ ।
    (ଅନ୍ୟାୟ ଉପାୟରେ ଅର୍ଜିତ ସମ୍ପତ୍ତିର କ୍ଷଣସ୍ଥାୟିତ୍ବ ସମ୍ବନ୍ଧରେ ସାମାଜିକ ନୀତିବାକ୍ୟ ।)
  4. ଅନ୍ଧ ଥରେ ବାଡି ହଜାଏ ।
    (ଅଜଣା ଲୋକ ଥରେ ଅସୁବିଧାରେ ପଡିଥାଏ ।)
  5. ଅରକ୍ଷିତକୁ ଦଇବ ସାହା ।
    (ଭଗବାନ ଅସହାୟର ସହାୟ ହୋଇଥାନ୍ତି ।)
  6. ଅଳ୍ପ ବିଦ୍ୟା ଭୟଙ୍କରୀ ।
    (ଅଧାପାଠୁଆ ଲୋକ ବହୁ ଅସୁବିଧା ପଡ଼ିଥାଏ)
  7. ଆପେ ଭଲ ତ ଦୁନିଆ ଭଲ ।
    (ଅପରର ବ୍ୟବହାର ଅନେକ ସମୟରେ ନିଜର ବ୍ୟବହାର ଉପରେ ନିର୍ଭର କରେ ।)
  8. ଆପେ ବଞ୍ଚିଲେ ବାପର ନାଆଁ
    (ନିଜେ ଆଗକୁ ବଢ଼ିଲେ ଯାଇଁ ଜଗତର ମଙ୍ଗଳ ସାଧନ କରିବ ।)
  9. . ଆରେ ଢମଣା, ବୁଲି ବୁଲି ସେହି ଅଗଣା ।
    (କୌଣସି ନୂତନ ପଦକ୍ଷେପ ନେବାରେ ଅସମର୍ଥ ହେବା ।)
  10. . ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ।
    (ଗୋଟିଏ ବିଷୟ ଅନୁସନ୍ଧାନ କରୁ କରୁ ଅନ୍ୟ ଏକ ଗୂଢ ରହସ୍ୟ ପ୍ରକାଶ ପାଇବା ।)
  11. କଂସ ତୁଣ୍ଡରେ ପୁଣି କୃଷ୍ଣ କଥା ।
    (ଦୁଷ୍ଟ ଲୋକ ମୁହଁରୁ ଭଲ କଥା ଶୁଣାଯିବା କଥା ଏଠାରେ କୁହାଯାଇଛି ।)
  12. ଗରିବ ମାଇପ ସବୁରି ଶାଳୀ
    ସମାର୍ଥବୋଧକ: କଅଁଳ ଲୁହାକୁ ବିଲେଇ କାମୁଡ଼େ
    (ସରଳ ଲୋକ ଉପରେ ସଭିଏଁ ଅତ୍ୟାଚାର କରିଥାନ୍ତି ।)
  13. ଜାଣି ଘୋଡ଼ାର ଶିଙ୍ଗ ନାହିଁ, ଶିଙ୍ଗ ଥିଲେ ଘୋଡ଼ା ରଖନ୍ତା ନାହିଁ ।
    (ବଳୁଆ ଲୋକର ଦଇବି ଆହୁରି ବଳୁଆ କରିନଥାଏ, ନହେଲେ ସେ କାହାକୁ ଖାତିର କରିବ ନାହିଁ ।)
  14. ଦୀପ ତଳ ଅନ୍ଧାର ।
    (ଯିଏ ସମସ୍ତଙ୍କ କଥା ବୁଝେ ତ ନିଜ ଲୋକ ମାନଙ୍କ କଥା ଅବହେଳିତ ହୋଇ ପଡନ୍ତି)
  15. ଯେ ପାଞ୍ଚେ ପରର ମନ୍ଦ ତ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
    (ଯିଏ ଅନ୍ୟର ଅମଙ୍ଗଳ ଚିନ୍ତା କରେ ସେ ଆପେ ଆପେ ହଇରାଣରେ ପଡେ)
  16. ମୋତେ ଯେତେ ମାଠୁଛୁ ମାଠେ, ମୁଁ ସେଇ ଦରପୋଡା କାଟେ
    (ଜଣକୁ ଯେତେ ବୁଝେଇଲେ ମଧ୍ୟ ସେ ସେଇ କାମ ପୁଣି କରୁଛି)
  17. ଜେସାକୁ ତେସା ହରମଜାଦକୁ ଟାଙ୍ଗିଆ ପଶା
    (ଯିଏ ଯେମିତ ବ୍ୟବହାର ଦେଖେଇବ ତାକୁ ସେହି ଭଳି ବ୍ୟବହାର ଦେଖେଇବା)
  18. ତଳେ ତଳେ ଗଲା ତଳ ଗଡ଼ିଶା ଜାଣିପାରିଲେଣି ସାଇ ପଡ଼ିଶା
    (ଅତି ଚତୁର ଭାବେ କାହାକୁ ନ ଜଣେଇ ଗୋଟେ କମ କରିବା)
  19. ମୂଳରୁ ମାଇପ ନାହି ପୁଅ ନା ଗୋପାଳିଆ
    (କିଛି ନଥିବା ସତ୍ବେ ଅଯଥା ଯୁକ୍ତି ଦେଖେଇବା)
    ଥରକୁ ଥର ପଡ଼ି ତଳେ ଚାଲଇ ଅଭ୍ୟାସର ବଳେ!