Wq/or/ପରିହାସମୂଳକ

< Wq‎ | or
Wq > or > ପରିହାସମୂଳକ
  • ଅଇଲା ମାଳି, ମାଇଲା ତାଳି
ଧରି ପଳେଇଲା, ଖେଚୁଡ଼ି ଥାଳି।
(ଅନ୍ୟକୁ ବୋକା ବନେଇ ଅସଲ ଜିନିଷ ଧରି ଖସି ପଳେଇବା କଥା ଏଠାରେ କୁହାଯାଇଛି।)
  • ଅଗସ୍ତି ଦେଲେ ଦାନ
କଷା ଗୁଆକୁ ପଚା ପାନ ।
  • ଅଗା, ବଗା, ଖଗା
ତିନିହେଁ ତିନି ଅଲଗା ।
  • ଅକ୍ଷର ନିକ ମାଗଇ ଭିକ
କରଣ କୁଳ କୁ ଖଳନାୟକ
ଅକ୍ଷର ବଙ୍କା ଅରଜେ ଟଙ୍କା
କରଣ କୁଳ ଯେ କୁଳ କଳଙ୍କା
  • ଆରେ ନିଲଠା
ହଗି ଗଲାବେଳେ ପିନ୍ଧୁଛୁ ମଠା
  • ଏକ ରାଣ୍ଡ, ଦୁଇ ରାଣ୍ଡ
ତିନି ରାଣ୍ଡ, ଚାରି ହେଲେ
କମ୍ପଇ ବ୍ରହ୍ମାଣ୍ଡ
  • ବେଦୀରେ ବରକୁ ଧରଇ ଜର
ଅଣ୍ଡିରାଚଣ୍ଡୀକୁ ନମିଳେ ବର
  • ବଙ୍ଗାଳୀ ଗୋଜା
ଘଇତା ଉପରେ ମାଇପ ରାଜା
  • କାଶିଆ କପିଳା ମିତ
ନା ମୂଳିଆ ବାଣ୍ଡ ସଙ୍ଗାତ
  • ଚାକିରି ଭିତରେ ପୁଲିସି
ମାଛ ଭିତରେ ଇଲିଶି
ଶଶୁରଘର ଧୋୟା
ହରିବୋଲର ଭାୟ