Wq/or/ନାନାବାୟା ଗୀତ

< Wq‎ | or
Wq > or > ନାନାବାୟା ଗୀତ


ଉଦୁ‌ ଉଦୁମା, ତାଳ ଗୋଟୋମା, ପିତେଇ ସମା;
ପିତେଇ ଯାଇଛି ଧାନବିଲକୁ;
ଧରି ଆଣିବ ସେ ଶଙ୍ଖଚିଲକୁ;
ଶଙ୍ଖଚିଲ ଭାଇ ନମସ୍କାର; ମାଟିଆଚିଲକୁ ଗୋଇଠା ମାର।



ଉଦୁ‌ ଉଦୁମା, ତାଳ ଗୋଟୋମା;
ତାଳ ବାଉରାଣୀ ପିତେଇ ସମା;
ପିତେଇ ଯାଇଛି ଧାନବିଲକୁ;
ଧରି ଆଣିବ ସେ ଶଙ୍ଖଚିଲକୁ;
ଶଙ୍ଖଚିଲ କଲା ବସା
ତାଳ ବାଉରାଣୀ ଏଡ଼େ ଭରସାଲୋ ମଙ୍ଗଳପୁରିଆ ଖୋସା ।



ଶଙ୍ଖଚିଲ ଭାଇ ନମସ୍କାର;
ମାଟିଆଚିଲକୁ ଗୋଇଠା ମାର।



ଲହ ଲହକା ପତର ବଙ୍କା,
ତା' ଫଳ ବିକଇ ମୁଠାଏ ଟଙ୍କା ।



ବିଲୁଆ ବଡ ଚତୁର,
ପଇଡ ବଡ ମଧୁର ।



ବିଲୁଆ ନାନାରେ ବିଲୁଆ ନାନା,
ଘର ପୋଡିଗଲା ପଛକୁ ଅନା ।



ଖରା ହେଉଛି ମେଘ ହେଉଛି,
ବିଲୁଆ ନାନା ବାହା ହେଉଛି ।




ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ,
ତୁମର ଆମର ନାଲି ପାଇଁଚ;
ନାଲି ପେଁ ପେଁ ବାଜଇ ହୀରା,
ଗୋଟିକ ଉପରେ ଗୋଟିଏ ଚିରା ।



ବର୍ଷା ହେଲା ବର୍ଷା ହେଲା ଆସରେ ଆସ ଭାଇ,
ପିଣ୍ଡାକୁ ପିଣ୍ଡା ଡେଇଁ ଡେଇଁକା ବୋଲିବା ଗୀତ ଗାଇ।
ନଖିଆ ଭାଇ,ପଖିଆ ଦେଇ,
ହଳ ମୁଣ୍ଡାଇ,‌‌‌‌‌ ବିଲୁ ଆସଇ,
ଗଛ ପତର, ଝଡି ପବନ, ବୁହଇ ସାଇଁ ସାଇଁ।



ଲାରେଲାପା ଲାରେଲାପା ଡାକେ କୋଇଲି,
କୋଇଲିର ଡାକ ଶୁଣି ବୁଲିପଇଲି।



କାଉତ କଳା, କୋଇଲି କଳା, କଳା କଜଳପାତି,
ହନୁ ମାଙ୍କଡ ମୁହଁଟି କଳା, କଳା ରଜାଙ୍କ ହାତୀ।



ଧୋରେ/ଧୋଲୋ ବାଇଆ/ବାଇଆଣି ଧୋ,
ଯୋଉ କିଆରୀରେ ଗହଳ ମାଣ୍ଡିଆ, ସେଇ କିଆରିରେ ଶୋ।



ବର୍ଷା ହଉଛି, ଖରା ହଉଛି,
ବିଲୁଆ ନନା ବାହା ହଉଛି।



ଡାହାଣ ବିଲୁଆ ବାମକୁ ଗଲା,
ଗୀତ ପଦ୍ୟାନ୍ତର ଆରମ୍ୱ ହେଲା।



[- - - - - - - - - - ] (ଏଇଟି କୁ ପୂରଣ କରନ୍ତୁ)
ଧୋବ ଫରଫର ବଗ ବଗୁଲି ଆକାଶେ ଉଡ଼ିଯା।



ଥିଲା ଗୋଟେ ଠେକୁଆ
ନାଁଟି ତାର ଭେକୁଆ
କାନ ଚେଳି ଗୋଜିଆ .
ଦେହ ତାର ଗରମ
ତୁଳା ପରି ନରମ .
ବୁଲୁ ଥିଲା ଏକେଲା
କେଳୁ ତାକୁ ଦେଖିଲା .
କେଳୁ ଏକ କଂସେଇ
ଫାସ ଏକ ବସେଇ .
ଦେଇ ଲୁଣ ହଳଦୀ,
ତିଅଣ କର ଜଲଦି
କେଳା ଝିଅ କଣ କଲା
ଜାଲ କୁ ଫିଟେଇ ଦେଲା
ଠେକୁଆ କଲା ଚଲ୍
କେଳୁ ଝିଅଟି ଭଲ୍



ଆଚୁଚୁ ବାଚୁଚୁ
ମୋ ବାରିପଟେ ପାଣି ପିଉଚୁ .
ମାରିବି ନାତେ
ପଡ଼ିବୁ ଖାତେ
ତେତେ ଦେଖିବେ ବହୁତ ଲୋକେ .



ଅକଲ ମକଲ ଟକଲ ଟିଆ,
ଗଣେଶ ନାଗର ପୁଜଇ ନିଆ ।
ଆଲୋ ବେଙ୍ଗୁଲି ବଜାଏ ଢ଼ୋଲ୍,
ଗଣପତି ବୋଲି ଏଇଠି ଚୋର୍ ।



ଜହ୍ନି ଫୁଲ ଠୋ ଠା,
କାକୁଡ଼ି ଫୁଲ ଠୋ ଠା।
ଗୁଣ୍ତୁଚି ମୁଷା କହି ଯାଇଛି,
ଚାଉଳ ଗଣ୍ତେ ରଖିଥା।