- ଅଗଟା ମିଠା ଲାଗେ, ମଝିଟା ଖଟା ଲାଗେ
ମୂଳଟା ବାସେ
ଢଗ ଦେଇଗଲେ ଗୋପାଳ ଦାସେ ।
- ଉତ୍ତର: ଦହି, ଦୁଧ
- ଅଠା କାଠି ଷୋଳ ପଞ୍ଜରା
ପେଟ ଭିତରେ ଅନ୍ତ ବୁଜୁଳା
ବ୍ରାହ୍ମଣ ନୁହଇ ପଇତା ଥାଏ
ବାଘ ନୁହଇ ଘୁମୁରୁ ଥାଏ
ତା ଅଇଁଠା ଯେ ନ ଖାଏ
ଲଙ୍ଗଳା ହୋଇ ବୁଲୁଥାଏ ।
- ଉତ୍ତର:ଅରଟ
- ଅତି ହୀନ ଜନ୍ମ ବ୍ରହ୍ମ ଆଚାର
ଅଗ୍ନି ଭସ୍ମରେ ଶୟନ ତାହାର
ଚଳିଲେ ଜିହ୍ବା କରେ ଥର ଥର
ନୂଆ ଲୋକ ଗଲେ
ଉଚ୍ଚ ରାବେ ଧ୍ବନି କରଇ ଭଲେ ।
- ଉତ୍ତର:କୁକୁର
- କେଁ କେଁ କବାଟ
ପୋଖରୀ ହୁଡାରେ କରୁଛି ନାଟ
ଶୁଖିଲା କାଠରୁ ବୋହୁଛି ପାଣି
ବାୟା ଚଢେଇ ଧରିଛି ଟାଣି ।
- ଉତ୍ତର: ତେଣ୍ଡା
- କଞ୍ଚା ହଳଦିଆ ପାଚିଲା କଳା
ନ କହି ପାରିଲେ ରାଜ୍ୟରୁ ପଳା।
- ଉତ୍ତର : ଖଜୁରୀ
- କଟକରୁ ଆଇଲେ ଭାଇ ଭଉଣୀ
ଚୋବାଇ ଗଲେ ବିରି ଗଉଣୀ ।
- ଉତ୍ତର :ଚକି
- କୃଷ୍ଣ ନୁହେଁ ସିଏ ବଂଶୀ ବଜାଏ
ଚୋର ନୁହେଁ ସିଏ ରାତିରେ ବୁଲେ
ଡାହାଣୀ ନୁହେଁ ସେ ପିଏ ରକତ
ଏହାର ଉତ୍ତର ଭାବି କହତ ।
- ଉତ୍ତର:ମଶା
- କାଳିଆ କାଳିଆ ଗାଈ ଦିଅଟି
କାଳିଆ ଘାସ ଖାନ୍ତି
ପୋଖରୀରେ ପାଣି ପିଇ
ଦୋକଡିରେ ଶୁଅନ୍ତି ।
- ଉତ୍ତର:କତୁରୀ
- କଟକରୁ ଆସିଲା ଟୋକାଟା
ହାତ ମାରିଦେଲେ ଟଙ୍କାଟା ।
- ଉତ୍ତର:ତେଲୁଣିପୋକ
- ଆଇଲା ବଡ ଚଢେଇ
ବସିଲା ପକ୍ଷୀ ମେଲାଇ
ଧଇଲା ମାଛ ଖାଇଲା ନାହିଁ ।
- ଉତ୍ତର:ଜାଲ
- କାଠୁ ବାହାରିଲା ଭୀମା
ଜାଉ ଖାଉ ନାହିଁ
ପେଜ ଖାଉ ନାହିଁ
ତୁଚ୍ଛରେ ହେଉଛି ଧୁମା।
- ଉତ୍ତର:ପଣସ
- ଗଛଟି ଚତରା
ତା ଦେହକୁ ନପାଏ ଆଙ୍କୁରା
ନାନା ରଙ୍ଗେ ଫଳ ଫଳଇ
ବେଳ ବୁଡକୁ ସରଇ ।
- ଉତ୍ତର:ହାଟ
- ଗଜପତି ନୁହେ ଗଜ ଉପରେ
ଅମୃତ ନୁହେ ସେ ଅମୃତ ଝରେ
ଚୋରିହାରି ନୁହେ ବନ୍ଧା ହୁଅଇ
ହାତୀଘୋଡା ନୁହେ ଶାଳକୁ ଯାଇ ।
- ଉତ୍ତର:ଆଖୁ
- ଗଣ୍ଠି ଗଣ୍ଠିଆ ଦିନ ରାତି ଠିଆ
- ଉତ୍ତର:ଦେଉଳ
- ଗଣେଶ ନୁହେଁ ସେ ମୁଣ୍ଡଟି ରଙ୍ଗା
ମହାଦେବ ନୁହେଁ ସେ ମୁଣ୍ଡରେ ଗଙ୍ଗା
ଇନ୍ଦ୍ର ନୁହେ ସେ ନିତି କରେ ସୃଷ୍ଟି
ଏହାର ଉତ୍ତର ଭାବିକୁ କହିବଟି ।
- ଉତ୍ତର:ଉଈ
- ଗମ୍ଭୀରି ଭିତରେ ଦେହ ଲମ୍ବ କରି
ଶୋଇଅଛି ମୁହଁ ତଳକୁ ଡେରି ।
- ଉତ୍ତର:ଢିଙ୍କି
- କୁଟୁ କୁଟୁ କରି କାଟୁଛି ବେଳ
ଦିନ ରାତି ସେହି କରୁଛି ଠୁଳ
ଅନ୍ଧାରେ ଆଲୁଏ ସେ ଉଜାଗର
ତାକୁ ଚାହିଁଛନ୍ତି ସମସ୍ତ ନର।
- ଉତ୍ତର:ଘର
- ଖଡିଗୋଟାଳି ମହୀପଟା ଦୂରକୁ ଦିଶଇ ଲାଲ
କେଉଁ ବିନ୍ଧାଣି ଗଢି ଦେଇଛି ଲକ୍ଷେ ଟଙ୍କାର ମାଲ ।
- ଉତ୍ତର:ସୂର୍ଯ୍ୟ
- ଗଛ ଚାଖଣ୍ଡେ ପତର ବିଁଏ
ତା ଫଳକୁ କୁଣ୍ଢାଇ ନିଏ ।
- ଉତ୍ତର:କୁମ୍ବାର ଚକ
- ଗଛ ଲଗାଇଲି ଫଳିବା ପାଇଁ
ଫଳିଲା ପାଚିଲା ଝଡିଲା ନାହିଁ ।
- ଉତ୍ତର:ଭେଣ୍ଡି