Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୭

< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା: ୭

କବୀର ଦୋହା ଗୁଚ୍ଛ ୭ [1]Edit

ସାଧୁ ଶବ୍ଦଟି ଦରିଆ ସମ, ରତନ ଭରା ସେଠାରେ,
ଭାଗ୍ୟ ଯାହାର ନିଷ୍ପ୍ରଭ ଥିବ, ପ୍ରସ୍ତର ଲାଗେ ହାତରେ ।

ଭୋକିଲା ଥାଏ ସାଧୁ ଭାବର, ଧନ ଭୋକିଲା ସେ ନୁହେଁ,
ଯାହାର ଧନ ଭୋକ ଥାଏ ସେ, ସାଧୁ ପଦବାଚ୍ୟ ନୁହେଁ ।

ବାହାର ବେଶ ଦେଖି ଭୁଲନି, ପରୀକ୍ଷା କର ତା ଜ୍ଞାନ, ପରୀକ୍ଷା ବିନା କେବେ ମିଳେନି, କାଞ୍ଚନର ଗୁଣମାନ ।

ଥାଏ କସ୍ତୁରୀ ନିଜ ଶରୀରେ, ମୃଗ ଖୋଜେ ସାରା ବନ,
ପ୍ରତି ଘଟରେ ସ୍ଥିତ ଠାକୁର, ନୁହେଁ କାହାକୁ ଦର୍ଶନ ।

କଳା କୋଇଲା ଦିଶେ ଉଜ୍ଜ୍ୱଳ, ହୁଏ ଯେବେ ଅଗ୍ନିମୟ,
ମୂର୍ଖ ହୁଏନି କେବେ ଉଜ୍ଜ୍ୱଳ, ଏତେ ସେ କାଳିମାମୟ ।

କବୀର, ଅଛି କୁଟୀର ତୋର କଂସାରୀ ଘରର ପାଶ,
ଯେ ଭଳି କର୍ମ ସେ ଭଳି ଫଳ, ତୁମେ କାହିଁକି ଉଦାସ ।

କରି ଚାଲିଲୁ, ରହିଲୁ କିଆଁ, ପଶ୍ଚାତ୍ତାପ ଏବେ କରୁ,
ମଞ୍ଜି ବବୁଲ ପୋତିଲୁ ତୁହି, ଆମ୍ବ ଆଶା କିମ୍ପା କରୁ ।

କବୀର ଗର୍ବ କରନି କେବେ, ହସନି କାହା ଉପରେ,
ବୁଡି ବି ପାରେ ତୋହର ଡଙ୍ଗା, ରହିଛୁ ଭବ ସାଗରେ ।

ମାଟି କହୁଛି କୁମ୍ଭାର ଭାଇ, କେତେ ତୁ ଦଳୁଛୁ ମୋତେ,
ଯେବେ ବି ମୋର ଦିନ ଆସିବ, ସେତିକି ଦଳିବି ତୋତେ ।

ଆସିଛି ଯିଏ ଫେରିବ ଦିନେ, ରାଜା ହେଉ ବା ଫକୀର,
ଚଢିଛି ଜଣେ ସିଂହାସନେ ତ, ଅନ୍ୟର ହାତେ ଜଂଜୀର ।

ଆଧାରEdit

  1. https://web.archive.org/web/20120911153413/http://www.labhlakshmi.com/kabir-a-great-indian-saint/kabir-ke-dohe-6.htm