Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୫
ନାରୀ ପୁରୁଷ ସମସ୍ତେ ଶୁଣ, ସଦ୍ ଗୁରୁଙ୍କଠୁ ଶିଖ,
ବିଷାକ୍ତ ଫଳ ଫଳେ ଅଧିକ, ନ ଚାଖି କେବଳ ଦେଖ ।
ପର ନାରୀର ପୀରତି ଜାଣ, ଯେମିତି ରଶୁଣ ଖଣି,
ଯେଉଁ କୋଣେ ବି ବସି ଖାଇଲେ, ସମସ୍ତେ ପାରିବେ ଜାଣି ।
ସମସ୍ତେ ପଢା ଶୁଣା କରନ୍ତି, ସଂଶୟ ହୁଏନି ଦୂର,
କବୀର କହେ ମୁ ହିଁ କହିବି, ମୂଳ ଏ ସବୁ ଦୁଃଖର ।
କଥାର ଅର୍ଥ ବୁଝ ପ୍ରଥମେ, ତା ପରେ କର ତା ମୂଲ,
ପରଖ ରତ୍ନ ବଣିଆ ଭଳି, ଶବ୍ଦ ଜାଲରେ ନ ଭୁଲ ।
ଆନମନା ଯଦି ଅଛି ମନ, ଧରନି କହାର କଥା,
ମୂରୁଖ ଲୋକ ନ ଜାଣି ଏହା, ହରାନ୍ତି ମନର ସତ୍ତା ।
ଶ୍ରମ କଲେ ହିଁ ସମସ୍ତ ମିଳେ, ବିନା ଶ୍ରମେ କିଛି ନାହିଁ,
ବସିଲା ଘିଅ ବାହାରେ କେବେ ସିଧା ଆଙ୍ଗୁଳିରେ କାହିଁ ।
ଘାସକୁ କେହି ନିନ୍ଦନି କେବେ, ପାଦ ତଳେ ପଡିଥାଏ,
କେବେ ବି ଯଦି ଆଖିରେ ପଡେ, ପୀଡା ଅତିଶୟ ହୁଏ ।
ଉଚ୍ଚ କୁଳରେ ଜନମ ବୋଲି, ସମାଜକୁ ଭୁଲି ଗଲେ,
ମାନ ସମ୍ମାନ ରହିବ କିସ, ପିଣ୍ଡ ପ୍ରାଣ ଛାଡି ଗଲେ ।
ମାୟା ନାମଟି ସୁପରିଚିତ, ମାୟା ସଜ୍ଞା ଜଣା ନାହିଁ,
ମନରୁ ଯିଏ ଖସି ପାରେନି, ମାୟା ନାମେ ତାକୁ କହି ।
ଭୋକିଲା ଦେଖି ପ୍ରଦାନ କର, ତୁମ ଶକ୍ତି ଆଛି ଯାହା,
ଶୀତଲ କଥା ମୁଖରୁ ଝରୁ, ଲକ୍ଷେ ଆତ୍ମା କହୁ 'ଆହା' ।