Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୩

< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା: ୩

କବୀର ଦୋହା ଗୁଚ୍ଛ ୩Edit

ବୃକ୍ଷ କହିଲା ପତ୍ରକୁ ଶୁଣ, ପ୍ରିୟ ପତ୍ର ମୋର କଥା,
ଗୋଟିଏ ଆସେ ଗୋଟିଏ ଯାଏ, ଏ ଘରର ଏହି ପ୍ରଥା ।

ରହେ ଧନ ନା ଯୈ।ବନ ରହେ, ରହେ ଗ୍ରାମ ନା ଧାମ,
କହେ କବୀର, ଯଶ ହିଁ ରହେ, କରି ଅନ୍ୟର କାମ ।

ମିଥ୍ୟା ସୁଖକୁ ସୁଖ ଭାବୁଛ, କଳ୍ପନାରେ ତୁମେ ଅଛ,
କାଳ କବଲେ ସଂସାର ଥାଏ, ଯିବା ହୋଇ ଆଗ ପଛ ।

ନିଜ ମହତ୍ତ୍ଵ ବଢାଅ ନାହିଁ, କହ ନାହିଁ ବଡ଼ କଥା,
ହିରା କହେନି ନିଜ ମୁହଁରେ, ଲକ୍ଷେ ମୂଲ୍ୟ ମୋର ମଥା ।

ଜ୍ଞାନୀମାନଙ୍କୁ କହ କହିଲେ, କବୀର ଲଜ୍ଜିତ ହୁଏ, (ଜ୍ଞାନୀ ନ ହୋଇ ନିଜକୁ ଜ୍ଞାନୀ ଯେ କହେ)
ଅନ୍ଧ ଆଗରେ ନାଚ କରିଲେ, କଳା ବ୍ୟର୍ଥ ହୋଇଯାଏ ।

ଶୀତଳ ଶବ୍ଦ ମୁଖରେ କହ, ଅହଂ ମୁକ୍ତ ଅଧରେ,
ତୁମ ମଧ୍ୟରେ ତୁମର ପ୍ରିୟ, ଶତୃ ବି ତୁମ ଭିତରେ ।

ଧରିତ୍ରୀ ଧର୍ମ ସହେ କର୍ଷଣ, ବୃକ୍ଷ କଟା ସହେ ବଣ,
ସୁଜନ ସହେ କୁଟୀଳ କଥା, ସହି ପାରେନି ଦୁର୍ଜନ ।

ମନର ରଙ୍ଗ ସଂଖ୍ୟା ହଜାର, ବଦଳୁ ଥାଏ ତ ସେହି,
ଏକ ହି ରଙ୍ଗ ଅଟେ ଯାହାର, ବିରଳ ସେ ଜନ କେହି ।

ସମସ୍ତେ ମିଠା ଖାଆନ୍ତି ବସି, ଦେହରେ ବିଷ ସଞ୍ଚରେ,
କେହି ପିଏନି ନିମର ରସ, ସବୁ ରୋଗ ଯିଏ ହରେ ।

ଗର୍ବ ପ୍ରସ୍ଥାନ କରିଲେ ମଧ୍ୟ, ତା ସ୍ଥାନ ପୂରଣ ହୁଏ,
ମନ ସ୍ଥିରତା ଚାଲି ଆସିଲେ, ସତ୍ୟର ପ୍ରକାଶ ହୁଏ ।

ଆଧାରEdit