Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୧

< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା: ୧

କବୀର ଦୋହା ଗୁଚ୍ଛ ୧ [1]Edit

ଚକି ଚାଲିବା ଦର୍ଶନ କରି କବୀର କରେ କ୍ରନ୍ଦନ,
ଦୁଇ ପ୍ରସ୍ତର ମଧ୍ୟରେ ସଦା ରହେନି କାହା ଜୀବନ ।୧।

ମନ୍ଦ କିଏ ସେ, ଖୋଜି ଚାଲିଲି, ପାଇଲିନି କେଉଁଠାରେ,
ନିଜ ମନକୁ ଖୋଜି ଦେଖିଲି, ମନ୍ଦ ଲୁଚିଛି ସେଠାରେ ।୨।

କାଲିର କାମ ଆଜି ହିଁ କର, ଆଜିକାର କାମ ଏବେ,
ପଲକ ମଧ୍ୟେ ପ୍ରଳୟ ହେବ, କର୍ତ୍ତବ୍ୟ କରିବୁ କେବେ ।୩।

ଏପରି ବାକ୍ୟ ସ୍ଫୁରଣ କର, ନାହିଁ ଯହିଁ ଗର୍ବ କାନ୍ତି,
ଶୁଣିଲେ ନିଜ ତନୁ ଶୀତଳ, ଅନ୍ୟକୁ ଦେବ ସେ ଶାନ୍ତି ।୪।

ଧୀରେ ରେ ମନ, ସ୍ଥିରତା ରଖ, ଧୀରେ ସବୁ କଥା ହୁଏ,
ମାଳି ଢାଳେ ଜଳ ଶହେ ଗରା, ଋତୁ ହେଲେ ଫଳ ହୁଏ ।୫।

ଏତିକି ପ୍ରଭୁ ଆମକୁ ଦିଅ, କୁଟୁମ୍ବ ଯଥେଷ୍ଟ ପାଉ,
ଭୋକିଲା କେହି ନିଜେ ନ ରହୁ, ସାଧୁ ଭୋକରେ ନ ଯାଉ ।୬।

ବଡ଼ ଶବ୍ଦଟି ଅର୍ଥ ବିହୀନ, ଯେମିତି ଗଛ ଖଜୁର,
ପାନ୍ଥ ପାଏନି ଛାୟା ଟିକିଏ, ଫଳ ଫଳେ ଅତି ଦୂର ।୭।

ତିଳ ମଧ୍ୟରେ ସଂଯୁକ୍ତ ତେଲ, ଚକମକି ସଙ୍ଗେ ନିଆଁ,
ତୁମ ମଧ୍ୟରେ ଅଛନ୍ତି ପ୍ରଭୁ, ଜାଗି ଉଠି ହୁଅ ଠିଆ ।୮।

କବୀର ଠିଆ ହାଟରେ ହୋଇ ମାଗେ ଶୁଭ ସଭିଙ୍କର,
ତାହାର କେହି ନୁହନ୍ତି ସାଥୀ, କାହା ସାଥେ ନାହିଁ ବୈର ।୯।

ପୋଥୀ ପଢି ପଢି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ,
ଅଢେଇ ଅକ୍ଷର ପ୍ରେମର ଭାଷା ଯେ ପଢି ପାରେ ସେ ଜ୍ଞାନୀ ।୧୦।

ଦୁଃଖେ ସ୍ମରଣ କରନ୍ତି ସବୁ, ସୁଖ ବେଳେ କେହି ନାହିଁ,
ସୁଖରେ ସ୍ମରଣ ଯେ କରି ପରେ, ଦୁଃଖ ତାହା ପାଇଁ କାହିଁ ।୧୧।

ଆଧାରEdit

  1. http://allpoetry.com/poem/8526507-Dohas__Couplets__I__with_translation_-by-Kabir/