Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୫

< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୨୫

କବୀର ଦୋହା ଗୁଚ୍ଛ ୨୫ [1]Edit

ସଂସାର ଖୋଜି ପାଇଗଲି ମୁଁ ବିରଳ ରତନ ସାର,
ପାଇବା ପରେ ଚାଖିଲି ତାକୁ, ଅପୂର୍ବ ସ୍ଵାଦ ତାହାର । ୧।

କବୀର ଦେଖେ ନିଜ ଅଙ୍ଗରେ, ମହିମା କହି ନ ପାରେ,
ଜ୍ୟୋତିର୍ମୟ ସେ ସ୍ପର୍ଷ କରିଲେ, ଜ୍ୟୋତି ପଶିଲା ଚକ୍ଷୁରେ ।୨।

ମେଘ ଗରଜି ବରଷେ ଏବେ, ଘନ ବାଦଲ ଗମ୍ଭୀର,
ଚମକେ ଚଉ ଦିଗେ ବିଜୁଳି, ଭିଜଇ ଦାସ କବୀର ।୩।

ଜଳିଲା ଦୀପ ଦିବ୍ୟ ଜ୍ଞାନର, ଅପୂର୍ବ ପ୍ରଭୁ ଦର୍ଶନ,
କବୀର ସେବା କରେ ତାଙ୍କର, ବେଦର ନାହିଁ ସେ ଜ୍ଞାନ ।୪।

ଅଛନ୍ତି ଏବେ ହୃଦରେ ଗୁରୁ, ଗାଇବାକୁ କିଛି ନାହିଁ,
ଗାଇଲା ବେଳେ ତାଙ୍କ ସଙ୍ଗୀତ ହୃଦରେ ନ ଥିଲେ କେହି।୫।

ମାନ ସରୋବର ପବିତ୍ର ଜଳେ, ହଂସ କରୁଅଛି କେଳି,
ମୋତିର ଦାନା ମିଳିବା ସ୍ଥାନ ଛାଡିଯିବ କେଉଁଭଳି ।୬।

ଶୂନ୍ୟ ମଣ୍ଡଳେ କରିଲି ଘର, ବାଜେ ଅପୂର୍ବ ସଂଗୀତ,
ପ୍ରତି ଲୋମରେ ଜଳେ ପ୍ରଦୀପ, ପ୍ରକଟ ହେଲେ ଅଚ୍ୟୁତ ।୭।

ଆତ୍ମା ଉଡୁଛି ଦୂର ଗଗନେ, ଚରଣେ ଶରଣ ଯାଏ,
ପ୍ରଭୂ ମିଳିଲେ, ପାଇଲି ସୁଖ, ଆନନ୍ଦ ରୋକି ନ ହୁଏ ।୮।

ଜଳରୁ ହିମ ହୁଏ ପ୍ରକାଶ, ହିମ ପୁଣି ଜଳ ହୁଏ,
ଯେପରି ଥାଏ ହୁଏ ସେପରି, କିଛି ବି କହି ନ ହୁଏ ।୯।

ଶୁଷ୍କ ପୋଖରୀ, ମନଟି ମୀନ; ନୀର, ତୀର ସବୁ ଦେବ,
ସିନ୍ଧୁ ସୁଧାରେ ମଜା ନିଅନ୍ତି, ବିରଳ ସେ ଅନୁଭବ ।୧୦।

ଆଧାରEdit

  1. http://anahad-naad.blogspot.in/2011/05/kabirs-dohe-2.html