Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୬

ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୧୬

କବୀର ଦୋହା ଗୁଚ୍ଛ ୧୬ [1] edit

'ସାଖୀ" ଲେଖିଲୁ ସଂଗ୍ରହ କରି, ଶବ୍ଦ କିଛି ନିଜ ପର,
ଅନ୍ୟ ଉଚ୍ଛିଷ୍ଟ ଖାଇ ବଞ୍ଚିବୁ କେତେ ଦିନ ବା କବୀର । ୧।

ବକ୍ତୃତା ଦେବା ଲୋକ ଅନେକ, ବାହୁ ଧରା ଲୋକ କମ୍,
ବକ୍ତାମାନଙ୍କୁ ଯିବାକୁ ଦିଅ, ଯାହାର ନାହିଁ ସେ ଦମ୍ ।୨।

ସୁତ, ବିତ୍ତ ଓ କାମ, ନିଷ୍କାମ ସ୍ଵାଭିବିକ ଭାବେ ଗଲେ,
କବୀର ଦାସ ରାମଙ୍କ ସହ ଏକାନ୍ତ ଭାବେ ରହିଲେ । ୩।

ଆପଣା ଛାଁଏ ଯେ ଆସେ ତାହା ଇଶ୍ଵରଙ୍କ ବରଦାନ,
ବିକଳ୍ପ ରୁପେ ଯେ ଆସେ ତାହା ଅଟଇ ନୀମ ସମାନ ।୪।

କହିପାରେ, ଯେ ପାରେନି ଦେଖି, ଶୁଣେ ଯେ ବୁଝାଏ ନାହିଁ,
ଦେଖିପାରେ ଯେ, ପାରେନି କହି, ରସନା, କର୍ଣ୍ଣ ଓ ଆଖି ।୫।

ଗୋବିନ୍ଦ-ହୀରା ମିଳେନି ତାକୁ, ଚିରଞୀବି ଆଶା ଯାର,
ଗୁରୁ ଦରିଆରୁ ହୀରା କାଢିବ କୌଣସି ସାହସୀ ବୀର ।୬।

ନାମ କଷଟି ସଠିକ ଅତି, ନକଲି ପାରେନି ରହି,
ନାମ-କଷଟି ଯେ ପାରି ହୁଏ, ମୃତ୍ୟୁଞ୍ଜୟ ହୁଏ ସେହି ।୭।

ସଂସାରେ ମୃତ୍ୟୁ ଲାଗି ରହିଛି, ଅନ୍ୟ ମୃତ୍ୟୁ ପନ୍ଥା ନାହିଁ,
କବୀର ଲଭେ ଏପରି ମୃତ୍ୟୁ, ପୁନଃ ମୃତ୍ୟୁ ଯାର ନାହିଁ । ୮।

ନିର୍ମଳ ହେଲେ କି ହେଲା ଭାଇ, ନିର୍ମଳ ଲୋଡୁ ତୁ ସ୍ଥାନ,
ମଳ, ନିର୍ମଳ ବର୍ଜିତ ଯିଏ, ସେ ସାଧୁ କୌଣସି ଆନ । ୯।

ଘର ଜଳିଗଲେ ଘର ରହିଯାଏ, ଘର ଛାଡି ଘର ଯାଏ,
ଅତି ଆଶ୍ଚର୍ଯ୍ୟ ଭାବ କେମିତି ମୃତ୍ୟୁ କାଳକୁ ଖାଏ ।୧୦।

ପ୍ରଥମ (୧) ଘର ଅର୍ଥ ଶରୀର ଓ ଘର ଉପକରଣ; ଏହା ଜଳିଗଲେ ଅର୍ଥ ଏହାକୁ ତ୍ୟାଗ କଲେ ଆପଣଙ୍କର ଘର(୨) ରହିଯାଏ । ଏହି ଘରର ଅର୍ଥ ଆତ୍ମିକ ଗୃହ । ଶରୀରକୁ ଜଳେଇ ପାରିଲେ ଅର୍ଥାତ୍ ସାଂସାରିକ ମୋହ, ମାୟା ତ୍ୟାଗ କରି ପାରିଲେ ଆତ୍ମା ଶୁଦ୍ଧ ହୋଇଯାଏ ବା ପ୍ରକୃତ ଘର ରହିଯାଏ । ଯଦି ଆପଣ ପ୍ରଥମ ଘରକୁ ରଖିବେ ତେବେ ଦ୍ଵିତୀୟ ଘର ଚାଲିଯିବ। ପ୍ରଥମ ଘର ଜଳିଗଲେ ଆପଣ ମୃତ୍ୟୁକୁ ଜୟ କରି ପାରିବେ, ଅର୍ଥାତ ପୁନର୍ଜନ୍ମରୁ ରକ୍ଷା ପାଇବେ ବା ଏହି ମୃତ୍ୟୁ କାଳକୁ ଗ୍ରାସ କରିବ ।

ଆଧାର edit

  1. http://anahad-naad.blogspot.in/2011/05/kabirs-dohe-1.html