Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୫

< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୧୫

କବୀର ଦୋହା ଗୁଚ୍ଛ ୧୫ [1]Edit

ପଥ ବିଚାରୀ କରିବ କଅଣ, ପାନ୍ଥ ନହେଲେ ସୁଧାର,
ନିଜର ପଥ ଭୁଲି ଯାଏ ଯେ, ବାଛେ ବାଲୁକା ସାଗର ।୧।

ଯେ ହଂସ ମୋତି ଖାଇ ଶିଖିଛି, ବାଲି ଗରଡା ନ ଖାଏ,
ବାଲି ଗରଡା କେବେ ନିଏନି, ମୋତି ମିଳିଲେ ହିଁ ଖାଏ ।୨।

ନାମ ରତନ ଧନ ମିଳିଲେ, ଗଣ୍ଠିଲି ବାନ୍ଧ, ନ ଖୋଲ,
ଚିହ୍ନିବେ ନାହିଁ, ପରଖ ନାହିଁ, ଗ୍ରାହକ ନାହିଁ, ନ ମୂଲ ।୩।

ଛୋଟ ପୁଡିଆ ଅମୃତକୁ ମୁଁ, କନାରେ ରଖିଛି ଧରି,
ନିଜ ସଦୃଶ ମିଳିଲେ କେହି, ପିଆଇବି ସ୍ନେହ ଭରି ।୪।

କଳା ରଙ୍ଗର କୋଠରୀ ତାର କାନ୍ଥ ସବୁ କଳା କାୟା,
ତଥାପି କଳା ଲାଗି ଯାଏନି, ଥିବ ଯଦି ଗୁରୁ ଛାୟା୫।

କଳି ଯୁଗ ଏ କଳୁଷମୟ, କଥା ନ ମାନନ୍ତି କେହି,
ଯାହାକୁ ଦେବ ହିତୋପଦେଶ, ଶତୃ ବନିଯିବ ସେହି ।୬।

ଖୋଜିଲା ଯିଏ ପାଇଲା ସିଏ, ଗଭୀର ଜଳରେ ପଶି,
ବୁଡିବି ବୋଲି ଡରିଗଲି ମୁଁ, କୂଳରେ ରହିଲି ବସି ।୭।

ଖୋଜି ଖୋଜି ସେ ଥକି ଗଲେଣି, କବୀର ରହିଲେ ବସି,
ଟୋପା ସମାନ ଭବ ସାଗରେ, ଯାଇଛନ୍ତି କାହିଁ ମିଶି ।୮।

ହୃଦୟ ଏକ ଦର୍ପଣ ସମ, ମୁଖ ଦେଖା ନାହିଁ ଯାଏ,
ମୁଖ ଦେଖିବ ସେତିକି ବେଳେ, ସବୁ ଦ୍ଵିଧା ଯେବେ ଯାଏ ।୯।

ସମସ୍ତ ଶିକ୍ଷା ସରିଲେ ମଧ୍ୟ ଗଲାନି ସଂଶୟ ଶୂଳ,
କହେ କବୀର, ଶୁଣିବ କିଏ? ସବୁ ଦୁଃଖର ଏ ମୂଳ ।୧୦।

ଆଧାରEdit

  1. http://anahad-naad.blogspot.in/2011/05/kabirs-dohe-1.html