Wq/or/ଦୋହା/ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୩୪

< Wq‎ | or

କବୀର ଦୋହା ଗୁଚ୍ଛ ୩୪ [1]Edit

କବୀର, ଶାମୁକା ସମୁଦ୍ରର, ଡାକେ ମୋତେ ବଡ ଶୋଷ,
ଅନ୍ୟ ଜଳର ବୁନ୍ଦ ପିଏନି, ଶ୍ଵାତୀ ଜଳକୁ ଆଶ ।୧।

ପପିହା ପ୍ରାଣ ପଣ ଦେଖିଲେ, ଧୈର୍ଯ୍ୟର ରହେନି କଣ୍ଟ,
ମରିବା ଯାଏ ଜଳରେ ଥାଏ, କିନ୍ତୁ ମାରେନି ଥଣ୍ଟ ।୨।

ପରିବ୍ରତା ସ୍ତ୍ରୀ ପତିକୁ ଭଜେ, କରେ ଅଟଳ ବିଶ୍ଵାସ,
ଅନ୍ୟ ଦିଗରେ ମନ ଯାଏନି, ସର୍ବଦା ପ୍ରିୟଠି ଆଶ ।୩।

'ଏକ'କୁ ଯେଉଁ ଜନ ଯାଣିନି, ବହୁ ଜାଣିଲେ କି ହେବ,
ସେ ଏକ ଦ୍ଵାରା ହୁଏ ସମସ୍ତ, 'ବହୁ'ରେ କିଛି ନ ହେବ ।୪।

ସେହି ଏକରୁ ସମସ୍ତ ସୃଷ୍ଟ; ଡାଳ, ପତ୍ର, ଫୁଲ, ଫଳ,
କବୀର, ପଛେ ରହିଲା କଅଣ, ଧରିଲା ପରେ ସେ ମୂଳ ।୫।

ଜଣା ପଡୁଛି ଏବେ ଯେପରି, ମୋ ମନ ଅତି ପବିତ୍ର,
ମରଣ ଡର ଦେଇଛି ଛାଡି, ହାତରେ ଧରି ସିନ୍ଦୁର ।୬।

ସତୀ ବିଚାରୀ ସତୀର ଧର୍ମ କରିଲା କଣ୍ଟା ବିଛେଇ,
ନିଜ ପ୍ରିୟକୁ ଧରି ଶୋଇଲା, ଚୌଦିଗେ ଅଗ୍ନି ଲଗେଇ ।୭।

ଆଧାରEdit

  1. http://anahad-naad.blogspot.in/2011/06/kabirs-dohe-3.html