Wq/or/ଦୋହା/ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୩୩

< Wq‎ | or

କବୀର ଦୋହା ଗୁଚ୍ଛ ୩୩ [1]

edit

ମାରିବା ଇଚ୍ଛା ଥିଲେ ମରିଯା, ସବୁ ଜଞ୍ଜାଳରୁ ପାର,
କିଏ ବା ଚାହେଁ ଦିନ ପ୍ରତିଦିନ ମରିବାକୁ ଶହେ ଥର ।୧।

ହୀରା ସେଠାରେ ଦେଖାଅ ନାହିଁ, ଯେଉଁଠି ଠକଙ୍କ ହାଟ,
ଗଣ୍ଠିଲି କରି ତାହାକୁ ବାନ୍ଧି, ଧର ନିଜ ନିଜ ବାଟ ।୨।

ହୀରା ପାଇଲି ପରୀକ୍ଷା କଲି, ହାତୁଡିରେ ମାଡ ହେଲା,
ଚୋଟ ସହିଲା, ଭାଙ୍ଗିଲା ନାହିଁ, ମାନ ତାର ଚିହ୍ନି ହେଲା ।୩।

ବିଦେଶ ଗଲା ଚନ୍ଦନ କାଠ, ଭାବିଲେ ତାହା ପଳାଶ,
ଚୁଲିରେ ଥୋଇ ଜଳେଇ ଦେଲେ, ଖେଳିଗଲା ତାର ବାସ ।୪।

ହୀରା ପଡିଛି ବଜାର ମଧ୍ୟେ, ଧୁଳି ଧୁସରିତ ହୋଇ,
ମୂର୍ଖ ନ ଜାଣି ସେ ବାଟେ ଯାଏ, ବଣିଆ ନିଏ ଉଠେଇ ।୫।

ଏମିତି କେହି ମିଳିଲେ ନାହିଁ, ଦେବ ମୋତେ ଉପଦେଶ,
ଭବ ସାଗରେ ବୁଡୁଛି କିଏ ଧରିବ ବାହୁ ଓ କେଶ ।୬।

ସର୍ପକୁ ଦୁଧ ପେଇଲେ ତାହା ବିଷ ରୁପାନ୍ତର ହୁଏ,
ଏମିତି କେହି ମିଳିଲେ ନାହିଁ, ବିଷ ନିଜେ ଖାଇ ଦିଏ ।୭।

ନାମ ନେବାଟି ପିତା ଲାଗେ ତ, ମିଠା ଲାଗେ ସଦା ଦାମ,
ଏହି ଦ୍ଵିଧାରେ ଦୁହେଁ ତ ନଷ୍ଟ, ମିଳେନି ଦାମ ନା ରାମ । ୮।

କର୍ମ ନ କରି କେବଳ କହେ, ଦିନ ରାତି ଜ୍ଞାନ ହୀନ,
କୁକୁର ଭୁକା ସମ ସେ କହେ ଶୁଣିଥିବା କଥାମାନ ।୯।

ପାଗଳା ଯିଏ ପାଇଛି କହେ, ହଜେଇଛି ଯିଏ କୃର,
ହଜିବା ନୁହେଁ, ପାଇବା ନୁହେଁ, ଥାଏ ସଦା ଭରପୁର ।୧୦।

ଯୁଦ୍ଧର ବାଦ୍ୟ ଆକାଶେ ବାଜେ, ନିଶାଣରେ କରେ ଘାଆ,
କ୍ଷେତ୍ର ଡାକୁଛି ବୀରମାନଙ୍କୁ, ଯୁଦ୍ଧକୁ ଆଗେଇ ଯାଆ । ୧୧।

ମାଲିକ ପାଇଁ ଲଢେଇ ଯିଏ କରେ ସେ ବୀର ବୋଲାଏ,
ଖଣ୍ଡ ବିଖଣ୍ଡ ହେଲେ ବି ଦେହ, କ୍ଷେତ୍ର ଛାଡି ନ ଯାଏ ।୧୨।

ବୀର କହନ୍ତି ତାହାକୁ ଯିଏ ଦେହେ ନ ଲଗାଏ ଲୌହ,
ଦେହରୁ ସାଞ୍ଜୁ ପୋଷାକ ଖୋଲି ତ୍ୟାଗ କରେ ଦେହ ମୋହ ।୧୩।

ଆଧାର

edit
  1. http://anahad-naad.blogspot.in/2011/06/kabirs-dohe-3.html