Wq/or/ଦୋହା/ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୩୨

< Wq‎ | or

କବୀର ଦୋହା ଗୁଚ୍ଛ ୩୨[1]

edit

ବିରହୀ ଜନ ନାମରେ ମଗ୍ନ, ବାହ୍ୟ ଜ୍ଞାନ ରହେ ନାହିଁ,
ଦର୍ପଣ ମଧ୍ୟେ ସୁନ୍ଦରୀ ଛବି, ଦେଖ୍, ଧରି ପାର ନାହିଁ ।୧।

ଭାବିଛ ତୁମେ ଭୁଲି ଯିବି ମୁଁ, ଦେହୁ କମିଯିବ ପ୍ରିତୀ,
ମଲା ବେଳକୁ ସ୍ମରୁଥିବି ମୁଁ, ଜୀବ ଥିବା ଯାଏ ନିତି ।୨।

ବିରହ ବାଣେ ବିଦ୍ଧ ଯେ ରୋଗୀ, ଔଷଧ ନାହିଁ ତାହାର,
କଇଁ କଇଁ ହୋଇ କାନ୍ଦୁଥାଏ ସେ, କୋହ ଉଠେ ବାରମ୍ବାର ।୩।

ବିରହ ଅଗ୍ନିରେ ତନୁ ମନ ଜଳେ, ମିଶେ ଆତ୍ମା ପରମାତ୍ମା,
ବିରହୀଣି ଏ କଥା ବୁଝିବ, ଅବା ମିଶିଯିବ ଆତ୍ମା ।୪।

ଦୟା କର ମୋ ପ୍ରତି ହେ ପ୍ରଭୁ, ଉବୁ ଟୁବୁ ଭବ ଜଳେ,
ଧର ମୋ ବାହୁ ନ ଯାଏ ହୋହି, ବଞ୍ଚିଯିବି ମୁଁ ହେଳେ । ୫।

କେଉଁ ମୁହଁରେ ମୁଁ ବିନତି କରିବି, ଲାଜ ଲାଗୁଅଛି ମୋତେ,
ଦେଖୁଛ ମୋତେ ସବୁ ଅବିଗୁଣ, କୃପା କିବା ହେବମୋତେ ।୬।

ଜୀବନେ କୃତ ଅପରାଧୀ ମୁଁ, ବିକାର ଭରା ଶରୀର,
ତୁମେ ତ ଦାତା ଦୁଃଖ ଭଞ୍ଜନ, କର ମୋର ଉପଚାର ।୭।

ତ୍ରାଣ କର୍ତ୍ତା ହେ ପିତା ମୁଁ ପାପୀ, କ୍ଷମ ଏହି ଗରୀବକୁ,
ତୁମ ପୁତ୍ର ମୁଁ କୁପୁତ୍ର ହେଲି, ଏ କଥା ଲାଜ ତୁମକୁ ।୮।

ପାପ କରିଲି ବହୁତ କଲି, କଲା ବେଳେ ଥିଲା ଟେକ,
ପାରିଲେ କ୍ଷମା ଦିଅ ହେ ପ୍ରଭୁ, ନ ହେଲେ କାଟ ମୋ ବେକ ।୯।

ତୁମେ କେବଳ ଅନ୍ତର୍ଯ୍ୟାମୀ , ତୁମେ ଆତ୍ମାର ଆଧାର,
ମୋ ହାତ ତୁମେ ଛାଦିଲେ କିଏ କରିବ ସଂସାର ପାର ।୧୦।

ଲାଗିଛି ମନ ତୁମ ପାଖରେ, ଅନ୍ୟ ସ୍ଥାନେ ତୁମ ମନ,
କବୀର, ଏହା ସମ୍ଭବ କିବା, ଦୁଇ ସ୍ଥାନେ ଏକ ମନ ।୧୧।

"ମୋର" କହିଲେ କିଛି ବି ନାହିଁ, ଯାହା ଅଛି ସବୁ ତୋର,
ତୋର ଜିନିଷ ଫେରାଇ ଦେଲେ, କିଛି ରହିବନି ମୋର ।୧୨।

ସେଠାରୁ କେହି ବାହୁଡି ନାହିଁ, ବର୍ଣ୍ଣନା ଦେବ କେ ତାର,
ସେଠାକୁ ସବୁ ଯାଆନ୍ତି ଏଠୁ, ଲଦି ଲଦି ମୁଣ୍ଡେ ଭାର ।୧୩।

ଆଧାର

edit
  1. http://anahad-naad.blogspot.in/2011/06/kabirs-dohe-3.html