- କଦଳୀ ପତର ସଭାକୁ
ଚମ୍ପା ନାଗେଶ୍ବର ଗଭାକୁ
ନିକ ଚାଉଳ ଭାତକୁ
କଳା କେନ୍ଦୁ ବାଡ଼ି ହାତକୁ
କୋଚିଲା ଖାଇ ଯେ ବାତକୁ
ଖରାଦିନ ରାତି ଯାତକୁ
ସରସ ବୋଲିରେ କହଇ ଦନାଇ
ପାଇଥାଏ ତାର ଚିତ୍ତକୁ ॥ - ନଈ କେ ବାଙ୍କ
ଦେଶ କେ ଫାଙ୍କ॥ - ଝଟା ଗଛ ବୋଲି ପୋତିଦେଲି ରଙ୍ଗା
ଫଳିଲା ପିତା ତୋରଡ଼ା
ରୋହିମାଛ ବୋଲି ଫିଙ୍ଗିଦେଲି ଜାଲ
ପଡ଼ିଲା ଦଶଗୋଡ଼ିଆ କଙ୍କଡ଼ା
ବୀରବର, କପାଳଟା ମୋର ପୋଡ଼ା ॥ - ଭୋକେ ବଙ୍ଗାଳୀ ନିଦ ଯାଏ
ଭୋକେ ଓଡ଼ିଆ ପାନ ଖାଏ ॥ - ଆଉଁଶିଲା କୁକୁର ମୁଁହ ରେ ମୁତେ