Wq > or > ଢଗଢମାଳି > ଉପଦେଶମୂଳକ
- ଅଖ ପଡ଼ିଥିଲେ ଚକ ଘୁରୁଥାଏ
ବୁଲି ପଡୁଥାଏ ମଇ
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି ।
-
- ଅର୍ଥ ସଞ୍ଚନ୍ତି ଯେତେ ନର
କେବଳ ଶ୍ରମ ତାହାଙ୍କର
ଅର୍ଥେ ନ ପାଇ କାମ ମୋକ୍ଷ
ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ ।
-
- ଆକାଶ କଇଁଆ ଚିଲିକା ମାଛ
କେତେ କରୁଅଛୁ ଅପାଞ୍ଚ ପାଞ୍ଚ ।
-
- ଆପଣା ଭଉଣୀ ନ ପାଏ ଭାତଗୁଣ୍ଡା
ଶଳାଶାଳୀ ପାଇଁ ଥୁଆ କ୍ଷୀରମଣ୍ଡା ।
-
- ଆହାରେ ଭଲ ମନ୍ଦ ନାହିଁ,
ଯେ ସ୍ଥାନେ ଯେବଣ ମିଳଇ ।
-
- ଇଛା ଥିଲେ ଉପାୟ ବଳେ ବଳେ ଆସେ ।
-
- କଉଡ଼ି ନେବ ଗଣି
ପାଣି ପିଇବ ଛାଣି
ଦୁଃଖୀକୁ ନୋହିବ ଜାଣି
କଥା କହିବ ଜାଣି
ଉଞ୍ଚରେ କରିବ ଖଣି
ଦଉଡ଼ି କରିବ ବୁଣି
ଶାଗ ଖରଡାରେ ନଦେବ ପାଣି
ଦନାଇ ଭଣି
ବିଭା ନୋହିବ କାଣି
ହେଉ ପଛେ ରାଜରାଣୀ ।
-
- କଥା କହୁଥିବ ଜାଣି
କୃଷିକୁ ଥିବଟି ସଙ୍ଗୀ
ରାତିରେ ନଉଠି ହଗି
ପାଚିଲା କ୍ଷେତକୁ ଜଗି
କହେ ଦନାଇ ଚାହିଁ କରି ଚଳିବ
ନୋହିବ ଋଣୀ ବା ରୋଗୀ ।
-
- କାତ ନଥାଇ ନଉକା ବାହିବା
ଭାତ ନ ଖାଇ ଯାତ ଦେଖି ଯିବା
ଛାତ ଦଦରା ପକାରେ ଶୋଇବା
ଗାତ ନ ଖୋଳି ଗଛ ଲଗାଇବା
ତାତ ନ ଖାଇ ଲୁହା ବାଡ଼େଇବା
ପର ନାତୁଆ ଗାଈକୁ ଦୁହିଁବା
ଦନାଇ କହଇ ପ୍ରାଣେ ପୀଡ଼ା ଲୋକହସା ହୁଅଇ ।
-
- ବିଦ୍ୟା ଅଟଇ ମହାଧନ
ବାଳକେ କର ଉପାର୍ଜନ ।
-
- ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।
-
- ମର୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ ।
-
- ଯେ ଦେଶ ଯାଇ,
ସେ ଫଳ ଖାଇ ।
-
- ଯେ ପାଞ୍ଚେ ପର ର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
-
- ତୁଳସୀ ଦୁଇ ପତ୍ରରୁ ବାସେ ।
-
- ଗରଜିଲା ମେଘ ବରଷେ ନାହିଁ ।