କେଶବ କୋଇଲି ୧୩ଶ ଶତକରେ କବି ମାର୍କଣ୍ଡ ଦାସଙ୍କ ରଚିତ ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ଓଡ଼ିଆ ଭାଷାରେ ରଚିତ ପ୍ରଥମ ମାନକ ସାହିତ୍ୟ ଲେଖା ବୋଲି ଅଭିହିତ ।
- କୋଇଲି, କେଶବ ଯେ ମଥୁରାକୁ ଗଲା,
- କାହା ବୋଲେ ଗଲା ପୁତ୍ର ବାହୁଡି ନଇଲା ଲୋ, କୋଇଲି ।
- କୋଇଲି, ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
- ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
- କୋଇଲି, ଗଲା ପୁତ୍ର ବାହୁଡି ନଇଲା,
- ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।
- କୋଇଲି, ଘର ମୋର ନ ମଣନ୍ତି ନନ୍ଦ,
- ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।
- କୋଇଲି, ନନ୍ଦ ଦେହ ପାଷାଣେ ଗଢିଲା,
- ନୟନେ କଜ୍ଜଳ ଦେଇ ରଥେ ବସାଇଲା ଲୋ, କୋଇଲି ।
- କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,
- ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ, କୋଇଲି ।
- କୋଇଲି, ଛାଟକେ ମୁ ମାଇଲି ପୂରୁବେ,
- ଛାଡି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ, କୋଇଲି ।
- କୋଇଲି, ଦୂତପଣେ ଅ ଇଲା ଅକ୍ରୂର,
- ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ, କୋଇଲି ।
- କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା,
- ଝଗଡା ସାରିଣ କୃଷ୍ଣ ମଥୁରା ରହିଲା ଲୋ, କୋଇଲି ॥
- କୋଇଲି, ନିଶା କାଳେ ହରି ମାଗେ ଚାନ୍ଦ,
- ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ, କୋଇଲି ॥