Wq/or/କବିତା/ ହରିବଂଶ ରାଏ ବଚ୍ଚନ/କବିତା: ମଧୁଶାଳା ଭାଗ ୧

ମଧୁଶାଳା ଭାଗ ୧Edit

ମୃଦୁ ଭାବର ଦ୍ରାକ୍ଷାରୁ ଆଜି ତିଆରି କରିଛି ହାଲା, (ହାଲା - ମଦିରା )
ପିଏଇବି ଆଜି ତୁମକୁ ପ୍ରିୟ ମୁଁ ନିଜ ହାତରେ ପିଆଲା, (ପିଆଲା- ମଦପାତ୍ର)
ପ୍ରଥମେ ତୋ ଭୋଗ ଲାଗିଲା ପରେ ପାଇବେ ସଂସାର ସାରା,
ସର୍ବ ପ୍ରଥମେ ତୁମକୁ ସ୍ଵାଗତ କରୁଛି ମୋ ମଧୁଶାଳା ।୧।(ମଧୁଶାଳା- ମଦ ବିକ୍ରି ସ୍ଥାନ)
ଭାବାର୍ଥ
ମୃଦୁ ଭାବନାମାନଙ୍କୁ ନେଇ ଅତି ଯତ୍ନ ଓ ଆଦରରେ ମୁଁ(ଲେଖକ ) ଏହି ହାଲା (କବିତା ) ତିଆରି କରି ଆଣିଛି l ପ୍ରିୟ, (ପାଠକ ) ଆଜି ମୁଁ ନିଜ ହାତରେ ତୁମକୁ ଏହି ହାଲା ପିଏଇବି, ଅର୍ଥାତ ମୁଁ ଆଜି ତୁମକୁ ଏହା ପଢିବାକୁ ଦେବି l ମୋ କବିତା ହାଲା ଭଳି ତୁମମାନଙ୍କୁ ମତୁଆଲା କରିବ l ପ୍ରଥମେ ତୁମେ ପଢି ସାରିବା ପରେ (ପ୍ରଥମେ ତୋ ଭୋଗ ଲାଗିଲା ପରେ) ସାରା ସଂସାର ଏହା ପାଇବ l ତେଣୁ ମୁଁ ତୁମକୁ ସର୍ବ ପ୍ରଥମେ ମୋ ମଧୁଶାଳାକୁ ସ୍ଵାଗତ କରୁଛି l ୧l


ବିଶ୍ୱ ଉତ୍ତପ୍ତ କରି ତୃଷ୍ଣା ତୋତେ ତିଆରି କରିବି ହାଲା
ଏକ ପାଦରେ ନାଚ କରିବି ହାତରେ ଧରି ପିଆଲା
କେବେଠୁ ତୁମକୁ ଅର୍ପଣ କରିଛି ଜୀବନର ମଧୁରିମା
ଆଜି ପ୍ରଦାନ କରିବି ତୋତେ ମୁଁ ଜଗତର ମଧୁଶାଳା ।୨।
ଭାବାର୍ଥ
ମୁଁ (ଲେଖକ) ସାରା ସଂସାରକୁ ଦରକାର ପଡିଲେ ଜଳେଇ ଦେଇ ଏହି ହାଲା ବା କବିତା ତିଆରି କରିବି l ପାଠକଙ୍କ ଖୁସି ନିମନ୍ତେ ମୁଁ ପିଆଲା ଧରି ଗୋଟିଏ ଗୋଡ଼ରେ ନାଚ କରିବାକୁ ପ୍ରସ୍ତୁତ l ଜୀବନର ସମସ୍ତ ମଧୁରିମା କେବେଠାରୁ ମୁଁ ତୁମକୁ ଅର୍ପଣ କରି ସାରିଛି l ଆଜି ମୁଁ ଏହି ମଧୁଶାଳା (କବିତା ) ତୁମକୁ ସମର୍ପଣ କରୁଛି l ୨l


ପ୍ରିୟତମ ତୁ ଆଜି ମୋ ହାଲା, ତୃଷାର୍ତ୍ତ ମୁଁ ତୋ ପିଆଲା,
ନିଜକୁ ଭରି ମୋ ଭିତରେ ତୁମେ ହୋଇଯାଅ ପିଇଲାବାଲା,
ମୁଁ ତୋତେ ଛଳ ଛଳ କରୁଥିବି ମୋତେ ପିଇ ତୁ ମାତାଲ ହେବୁ
ଏକ ଆରେକର ଆମେ ଦୁହେଁ ଆଜି ପରଷ୍ପର ମଧୁଶାଳା ।୩।
ଭାବାର୍ଥ
କବି କହୁଛନ୍ତି, ଆଜି ପ୍ରିୟତ୍ତମ ତାଙ୍କର ହାଲା ଅର୍ଥାତ ପାଠକ ତାଙ୍କର ମଦ, ସେ ନିଜେ ସେହି ମଦ ନିମନ୍ତେ ତୃଷାର୍ତ୍ତ ପିଆଲା ହୋଇଛନ୍ତି, ଅର୍ଥାତ ପାଠକଙ୍କୁ ନିଜ ଭିତରେ ରଖିବାକୁ ଇଚ୍ଛୁକ l ପାଠକଙ୍କୁ ନିଜ ଭିତରେ ରହିବାକୁ କହୁଛନ୍ତି, ସେମାନଙ୍କୁ ନିଜ ଭିତରେ ଛଳ ଛଳ କରି ଆନନ୍ଦ ଦେବାକୁ ଚାହୁଛନ୍ତି l ନିଜେ ପାଠକ କବିଙ୍କ ଭିତରେ ଥିବା ମଦିରାକୁ ପାନ କରିବାକୁ ଆହ୍ଵାନ କରୁଛନ୍ତି l ଦୁହେଁ ପରସ୍ପରର ମଧୁଶାଳା ହୁଅନ୍ତୁ, ଏହା ସେ ଇଚ୍ଛା କରୁଛନ୍ତି l


ଭାବୁକତାର ଅଙ୍ଗୁର ଲତାରୁ ଟାଣି କଳ୍ପନାର ହାଲା
ସାକି ହୋଇକରି କବି ଆସିଛି ଭରି କବିତା ପିଆଲା
ଲକ୍ଷେ ଦି ଲକ୍ଷ ପିଇଲେ ମଧ୍ୟ ହେବ ନାହିଁ ଟିକେ ଖାଲି
ପାଠକଗଣ ପିଇଲାବାଲା, ପୁସ୍ତକ ମୋ ମଧୁଶାଳା ।୪।
ଭାବାର୍ଥ
କବି ତାଙ୍କର ଭାବନାକୁ ଅଙ୍ଗୁର ଲତା ସହ ତୁଳନା କରୁଛନ୍ତି l ନିଜେ ସାକୀ ହୋଇ କଳ୍ପନା ଦ୍ଵାରା ସେହି ଲତାରୁ କବିତା ହାଲା ପ୍ରସ୍ତୁତ କରିଛନ୍ତି ଓ ପିଆଲା ଭିତରେ ରଖିଛନ୍ତି l ସେହି ହାଲା ହେଉଛି ତାଙ୍କର ମଧୁଶାଳା l ପାଠକ ଯେତେ ପିଇଲେ ମଧ୍ୟ ପିଆଲା ବା ମଧୁଶାଳା ଖାଲି ହେବ ନାହିଁ l ୪ l


ମଧୁର ଭାବକୁ ନେଇ ମୁଁ ବନାଏ ନିତି ସୁମଧୁର ହାଲା,
ଏହି ମଧୁ ଦେଇ ଭରିଦିଏ ମୁଁ ଅନ୍ତର ତୃଷାର୍ତ୍ତ ପିଆଲା,
କଳ୍ପନା ହାତରେ ଉଠିବା ପରେ ପିଇଯାଏ ନିଜେ ତାକୁ,
ନିଜ ଭିତରେ ହୁଏ ମୁଁ ସାକୀ, ପିଇଲାବାଲା ଓ ମଧୁଶାଳା ।୫।


ମଦିରାଳୟ ଯିବାକୁ ଘରୁ ଚାଲିଲା ପିଇଲାବାଲା,
କେଉଁ ପଥରେ ଯିବି ଭାବୁଛି ଦୋଦୋପାଞ୍ଚ ହୋଇ ଭୋଳା
ଭିନ୍ନ ଭିନ୍ନ ପଥ ଦେଖାନ୍ତି ସମସ୍ତେ, କିନ୍ତୁ ବତଉଛି ମୁଁ,
ସଠିକ ପଥରେ ଏକା ଚାଲିଗଲେ ପାଇଯିବୁ ମଧୁଶାଳା ।୬।


ଚାଲୁ ଚାଲୁ ଏହି ଜୀବନ, ହାୟ, କେତେ ମୋର ବିତିଗଲା,
"ଦୂର ଏବେ ଅଛି", କହନ୍ତି ସଭିଁଏ ପଥ ବତେଇଲାବାଲା,
ଆଗକୁ ଯିବାକୁ ସାହସ ନାହିଁ, ନା ପଛକୁ ଫେରିଯିବାକୁ,
କିଂକର୍ତ୍ତବ୍ୟ ମୋତେ କରି ଦୂରରେ ଠିଆ ହୋଇଅଛି ମଧୁଶାଳା ।୭।


ଅବିରତ କହ ମୁଖରେ ମଧୁ, ମଦିରା, ମାଦକ ହାଲା,
ହାତରେ ଅନୁଭବ କରି ଯାଅ ଲଳିତ କଳ୍ପିତ ପିଆଲା,
ଧ୍ୟାନ କରି ଯାଅ ମନେ ସୁମଧୁର, ସୁଖଦା ସାକୀ ସୁନ୍ଦର ,
ବଢି ଚାଲିଲେ ପଥିକ ତୋତେ ଦୂର ଲାଗିବନି ମଧୁଶାଳା । ।୮।


ମଦିରା ପିଇବା ଅଭିଳାଶଟି ଯେବେ ହୋଇଯାଏ ହାଲା
ଅଧରର ଆତୁରତାରେ ଯେବେ ଆଭାସିତ ହୁଏ ହାଲା
ଧ୍ୟାନ କରୁ କରୁ ସାକୀ ଯେତେବେଳେ ସାକାର ହୁଏ ସଖେ,
ରହେ ନାହିଁ ହାଲା, ପିଆଲା; ସାକୀ, ତୋତେ ମିଳିଯିବ ମଧୁଶାଳା ।୯।


ମଧୁଘଟରୁ କଳ ଛଳଛଳ ପିଆଲାରେ ଶୁଣ ପଡୁଛି ହାଲା, ,
ରୁଣୁଝୁଣୁ ଶୁଣ ଚାଲି ବିତରଣ କରେ ସାକୀ ମଧୁଶାଳା ।,
ପ୍ରାୟ ଆସିଗଲେ,ଆଉ ଦୂର ନୁହେଁ, ଆଉ ଚାରି ପାଦ ଚାଲିବା ବାକି,
ପିଇଲାବାଲାଙ୍କ ଚହଳ ଶୁଣ, ମହକୁଛି ମଧୁଶାଳା ।୧୦।


ଜଳ ତରଙ୍ଗ ସ୍ଵନ ଶୁଣାଯାଏ ପିଆଲାକୁ ଯେବେ ଚୁମେ ପିଆଲା,
ବୀଣା ଝଙ୍କାର ଶୁଭେ ଯେବେ ଚାଲେ ରୁଣୁଝୁଣୁ ସାକୀବାଲା,
ମଧୁ ବିକ୍ରେତାର ଗାଳିର ଧ୍ଵନି ଶୁଭେ ପଖାଉଜ ସମ,
ମଧୁରବ ଦ୍ଵାରା ମଧୁ ମାଦକତା ଆହୁରି ବଢାଏ ମଧୁଶାଳା ।୧୧।


ମେଁହଦି ରଞ୍ଜିତ ମୃଦୁଳ ହାତରେ ମାଣିକ ମଧୁ ପିଆଲା,
ହରିତ ଅବଗୁଣ୍ଠନ ତୋଳି ସ୍ଵର୍ଣ୍ଣ ବର୍ଣ୍ଣ ସାକୀବାଲା,
ପାଗ ବାଇଗିଣୀ ନିଳାଭ ଜାମା ଖୋଲେ ଠିପି ପିଇଲାବାଲା,
ଇନ୍ଦ୍ରଧନୁ ସାଥେ ଦୌଡ ଲାଗିଛି ଆଜି ରଙ୍ଗ ଭରା ମଧୁଶାଳା ।୧୨।


ହାତକୁ ଆସିବା ପୂର୍ବରୁ ଅହଂ ଭାବ ଦେଖାଏ ପିଆଲା,
ଓଠକୁ ଆସିବା ପୂର୍ବରୁ କେତେ ଅଭିନୟ କରେ ହାଲା,
ମନା କରିବ ବହୁତ ଥର ଆସିବା ପୂର୍ବରୁ ସାକୀ,
ପାନ୍ଥ ବିଚଳିତ ହୁଅନି ପ୍ରଥମେ ମାନ କରେ ମଧୁଶାଳା ।୧୩।


ଲାଲ ମଦିରା ଧାରର ଜ୍ୟୋତିକୁ କହ ନାହିଁ ଏହା ଜ୍ଵାଳା,
ଏ ତ ଫେନିଳ ମଦିରା, କହ ନାହିଁ ଏହା ଛାତି ଛାଲା,(ଛାଲା –ଫୋଟକା )
ଏ ତ ପୀଡାର ନିଶା, ଏହି ମଦିରାର ସ୍ମୃତି ଏ ସାକୀ,
ପୀଡାରେ ଆନନ୍ଦ ମିଳେ ଯାହାକୁ, ଆସୁ ସେ ମୋ ମଧୁଶାଳା ।୧୪।


ଶୀତଳ ହାଲା ସମ ଜଗତର, ପାନ୍ଥ, ନୁହେଁ ମୋ ହାଲା,
ଜଗତର ଥଣ୍ଡା ହାଲା ସମାନ ପଥିକ, ନୁହେଁ ମୋ ପିଆଲା,
ଜଳନ୍ତା ସୁରା ଓ ପିଆଲା ମଧ୍ୟେ ଦଗ୍ଧ ହୃଦୟ- କବିତା,
ଜଳିବାକୁ ଭୟଭୀତ ଯେ ନୁହେଁ ଆସୁ ମୋର ମଧୁଶାଳା ।୧୫।

ଆଧାରEdit

http://manaskriti.com/kaavyaalaya/mdhshla.stm
http://allpoetry.com/poem/8586937-Madhushala__The_Tavern__-by-Harivansh_Rai_Bachchan