Wq/or/କବିତା/ ହରିବଂଶ ରାଏ ବଚ୍ଚନ/କବିତା: ଖଦ୍ୟୋତ

ଖଦ୍ୟୋତ [1]Edit

(जुगनू ବା ଜୁଳୁଜୁଳିଆ ପୋକ)
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ଆକାଶେ ଉଠିଲା ଏମିତି ମେଘ,
ଲୁଚି ଗଲେ ସବୁ ତାରା ଓ ଚାନ୍ଦ,
ସେହି ଆକାଶେ ତୋଫାନ ହେଲା,
ସବୁ ଦୀପ ନିର୍ବାପିତ ହେଲା,
ଏ ଭଳି ରାତିରେ ଧାଡି ଲଗେଇ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ଗଗନେ ଗର୍ବରେ ଉଠି ଉଠି,
ଗଗନେ ଗର୍ବରେ ବୁଲି ବୁଲି,
ଗର୍ଜନ କରି ମେଘ କହୁଛି,
ଉଜ୍ଜ୍ଵଳ ଆଉ ହେବନି କେବେ,
କିନ୍ତୁ ନିଷ୍ଠାରେ ଚିର ଜ୍ୟୋତି ଦେଇ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ତିମିରର ରାଜ୍ୟ ଏମିତି ଅଛି,
କଠିନ ଆତଙ୍କ ଛାଇ ଯାଇଛି,
ଖୁସିରେ ଜହ୍ନ ଉଠି ପାରୁଥିଲେ,
ତଥାପି ସେ ମୁଣ୍ଡ ତଳକୁ କଲେ,
କିନ୍ତୁ ବିଦ୍ରୋହ ନିଆଁ ଜଳେଇ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ପ୍ରଳୟର ସବୁ ରୋଶଣି ବାନ୍ଧି ,
ପ୍ରଳୟର ରାତି ଆସିଲା ଛାଇ,
ସମସ୍ତ ଶକ୍ତି ବିନାଶକାରୀ,
ଅନ୍ଧାର ମଧ୍ୟେ ହୋଇ ତିଆରି ,
ନିର୍ମାଣରେ ଦୃଢ ଆଶା ଲଗେଇ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ପ୍ରଭଞ୍ଜନ ଓ ମେଘ ଦାମିନୀ,
କଅଣ ଭାଙ୍ଗିନି, ଫାଟ ହୋଇନି,
ପୃଥିବୀ ଓ ଏହି ନଭ ମଧ୍ୟରେ,
ପ୍ରାମାଣିକ କିଛି ଛାଡି ଯାଇନି,
ଏଠାରେ କିନ୍ତୁ ବିଶ୍ଵାସ ବଞ୍ଚେଇ ବସିଛି କିଏ,
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ପ୍ରଳୟର ଏହି ରାତେ ଭାବନା,
ପ୍ରଣୟର କଥା କରେ କି କେହି ?
କିନ୍ତୁ ପ୍ରେମର ବନ୍ଧନେ ପଡି,
ବୁଦ୍ଧି ବା କାହାର ହଜି ଯାଇନି ?
କାହା ରାସ୍ତାକୁ ଚାହିଁ ଚାହିଁ ଏଠି ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?

ଆଧାରEdit

  1. http://www.geeta-kavita.com/indian_poetry_list.asp?author=Harivansh_Rai_Bachchan