Wq/or/କବିତା/ ହରିବଂଶ ରାଏ ବଚ୍ଚନ/କବିତା: ଆକାଶରେ ଦେଖ ତାରା ଖସୁଛି
< Wq | or | କବିତା/ ହରିବଂଶ ରାଏ ବଚ୍ଚନ ହରିବଂଶ ରାଏ ବଚ୍ଚନ > କବିତା: ଆକାଶରେ ଦେଖ ତାରା ଖସୁଛି
ଆକାଶରେ ଦେଖ ତାରା ଖସୁଛି [1]Edit
ସୀମାହୀନ ନଭ ପଟଳରେ,
ଝଲସି ଖସୁଛି ରେଖା ପଥରେ,
ବିଲୁପ୍ତ ଶୂନ୍ୟରେ, ନିଶା-ଦୀପ ଏକ ଲିଭି ଯାଉଛି! ।
ଆକାଶରେ ଦେଖ ତାରା ଖସୁଛି ।
ତାରକା ମଣ୍ଡଳେ କାନ୍ଦ ଶୁଭୁନି,
ଦି ଟୋପା ଲୁହ ଖସି ପଡୁନି,
କାହା ଛାତିରେ ଆହା ଉଠୁନି ଅନ୍ତ ଆମର ଯେବେ ହେଉଛି !!!! ।
ଆକାଶରେ ଦେଖ ତାରା ଖସୁଛି ।
ପରାଧୀନତା ନା ନିର୍ମମତା ?
ନିର୍ବଳତା ନା ବଳ କ୍ଷମତା?
ବିନଷ୍ଟ ଏକ, ତାରକା ଦଳ ଦୂରେ ଠିଆ ହୋଇ ଦର୍ଶାଉଅଛି ।
ଆକାଶରେ ଦେଖ ତାରା ଖସୁଛି ।