Wq/or/କବିତା/ସନ୍ଥ କବୀର/୯:ପ୍ରକାଶ କରି ହେବକି ସେହି ଗୋପନ ଶବ୍ଦ

ପ୍ରକାଶ କରି ହେବକି ସେହି ଗୋପନ ଶବ୍ଦ[1] edit

(aisâ lo nahîn taisâ lo)

କେମିତି କହିବି ଗୋପନ ଶବ୍ଦ, ପ୍ରକାଶ କି କରି ହେବ?
ଏହିପରି ସେ, ସେପରି ନୁହେଁ, ଏ କଥା କି କହି ହେବ?

ମୋ ଶରୀରରେ ସ୍ଥିତ କହିଲେ, ସଂସାର ହେବ ଲଜ୍ଜିତ,
ଯଦି କହୁଛି ସେ ମୋ ବିହୁନେ, ଏହା ହେବ ମିଥ୍ୟାବାଦ ।

ଅନ୍ତଃ ଓ ବହିଃ ସଂସାରକୁ ସେହି ରଖନ୍ତି ଅବିଭକ୍ତ,
ଚେତନ ଅବଚେତନ ସବୁ ତାଙ୍କର ଚରଣ ପୀଠ ।

ପ୍ରକାଶ୍ୟ ନୁହେଁ ନ ଅପ୍ରକାଶ୍ୟ, ନୁହେଁ ଦୃଶ୍ୟ ନ ଅଦୃଶ୍ୟ,
ନାହିଁ କୌଣସି ଏପରି ଶବ୍ଦ, କରିବ ତାଙ୍କୁ ପ୍ରକାଶ୍ୟ ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir