Wq/or/କବିତା/ ସନ୍ଥ କବୀର/୮୪: ସାକ୍ଷାତକାର ମୃତ୍ୟୁ ସହିତ
କେଉଁ ପର୍ଯ୍ୟନ୍ତ ଆରେ ମୋ ମନ ଟାଳିବୁ ନାମ ଭଜନ,
ବାଲ୍ୟ ବୟଷ ଖେଳରେ ଗଲା, ଯୁବା ବେଳେ କାମେ ମନ ।
କୁଞ୍ଚିତ ଚର୍ମ ଢଙ୍କା ଶରୀର, ବାର୍ଦ୍ଧକ୍ୟେ ଶରୀର ଥରେ,
ଆଉଜିବାକୁ ଜଷ୍ଟି ଉପରେ, ସମୟ ହିଁ ବାଧ୍ୟ କରେ ।
ଶୁଭେନି କାନେ, ଦୃଷ୍ଟିରେ କ୍ଷୀଣ, ସୂର୍ଯ୍ୟ କିରଣ ଅସହ୍ୟ,
ଦାନ୍ତ ଗୁଡିକ ଗୋଟିକି ଗୋଟି, ନିଅନ୍ତି ଧୀରେ ବିଦାୟ ।
ତୁମର ପତ୍ନୀ ପୃଷ୍ଠ ଦେଖାନ୍ତି, ପୁତ୍ର ଦିଏ ଅପମାନ,
"କହୁଛି ବୁଢ଼ା ଅଧିକ କଥା, ଶୋଇରହି ସାରା ଦିନ" ।
ଅବଶେଷରେ ଖଟରୁ ଆଣି, ଥୋଇବେ ଭୂମି ଉପର,
ସଞ୍ଚିଲା ଧନ ରହିବ ଘରେ, ଚାଲିଯିବୁ କାହିଁ ଦୂର ।
କବୀର କହେ, ସେତେବେଳକୁ କେଉଁ ବାଟ ତୋର ଥିବ ?
ସାକ୍ଷାତକାର ମୃତ୍ୟୁ ସହିତ ଯେତେବେଳେ ଆସିଯିବ।
ଆଧାର
edit- ↑ www.urbanmysticbooks.com/Kabir_Excerpts.pdf