Wq/or/କବିତା/ ସନ୍ଥ କବୀର/୮୩: ଲଗାଅ ମନ ସନ୍ୟାସରେ

ସନ୍ଥ କବୀର > ୮୩: ଲଗାଅ ମନ ସନ୍ୟାସରେ

ଲଗାଅ ମନ ସନ୍ୟାସରେ [1] edit

ମନ ଲଗାଅ ସାଥୀ ହେ ମୋର
ଲଗାଅ ମନ ସନ୍ୟାସରେ ।

ଯେ ସୁଖ ମିଳେ ରାମ ନାମରେ,
ସେ ସୁଖ ନାହିଁ ଧନୀ ହେବାରେ,
ଲଗାଅ ମନ ସନ୍ୟାସରେ ।

ସଭିଙ୍କ ଭଲ ମନ୍ଦ ଶୁଣ ତୁ
ନିର୍ବାହ କର ତୁ ଗରିବିରେ,
ଲଗାଅ ମନ ସନ୍ୟାସରେ ।

ଏ ଛାର ତନୁ ଶେଷେ ମିଳିବ,
କାହିଁକି ବୁଲୁ ଏତେ ଗର୍ବରେ,
ଲଗାଅ ମନ ସନ୍ୟାସରେ ।

ରହିବୁ ଆମେ ପ୍ରେମ ନଗରେ,
ପ୍ରଭୁ ମିଳିଯାନ୍ତି ଅପେକ୍ଷାରେ,
ଲଗାଅ ମନ ସନ୍ୟାସରେ ।

କବୀର କହେ ଶୁଣ ହେ ସାଧୁ,
ପ୍ରଭୁ ମିଳିଯାନ୍ତି ଅପେକ୍ଷାରେ,
ଲଗାଅ ମନ ସନ୍ୟାସରେ ।

ଆଧାର edit

  1. https://web.archive.org/web/20121022212248/http://wikisource.org/wiki/%E0%A4%95%E0%A4%AC%E0%A5%80%E0%A4%B0_%E0%A4%95%E0%A5%87_%E0%A4%AD%E0%A4%9C%E0%A4%A8