Wq/or/କବିତା/ ସନ୍ଥ କବୀର/୮୧: ପ୍ରାରମ୍ଭ ବେଳେ ଥିଲେ ଏକାକୀ
ପ୍ରାରମ୍ଭ ବେଳେ ଥିଲେ ଏକାକୀ, ସ୍ଵୟଂ ସମ୍ପୁର୍ଣ୍ଣ,
ନିରାକାର ଓ ରଙ୍ଗବିହୀନ, ସର୍ବ ସମ୍ପର୍ଣ୍ଣ ।
ପ୍ରାରମ୍ଭ, ମଧ୍ୟ, ଅନ୍ତ ନ ଥିଲା, ଚକ୍ଷୁ ନ ଥିଲା,
ଆଲୋକ, ଅନ୍ଧାର ଏହି ସମସ୍ତ କିଛି ନ ଥିଲା ।
ଆକାଶ, ବାୟୁ, ଭୂମି ନ ଥିଲା, ଅଗ୍ନି ନା ନୀର,
ଗଙ୍ଗା, ଜମୁନା, ମାଟି, ନଦୀ ନା ଢେଉ, ସାଗର ।
ପାପ ପୂଣ୍ୟର ନାମ ନ ଥିଲା, ନା ଧର୍ମ ଗ୍ରନ୍ଥ,
ନ ଥିଲା ବେଦ, କୋରାଣ, ପୁରାଣ ନା ତାର ଅର୍ଥ ।
କବୀର କହେ ନ ଥିଲା କାର୍ଯ୍ୟ , ଅକାର୍ଯ୍ୟମାନ,
ପରମ ସତ୍ତା ସ୍ଵୟଂ ମଧ୍ୟରେ ଥିଲେ ତଲ୍ଲୀନ ।
ଖାଦ୍ୟ, ପାନୀୟ, ଜୀବନ ମୃତ୍ୟୁ ଗୁରୁଙ୍କ ନାହିଁ,
ରୁପ, ରଙ୍ଗ ନା ବେଶ ପୋଷାକ କିଛି ବି ନାହି ।
ଜାତି ବା ଗୋଷ୍ଠୀ ନାହିଁ କିପରି ବର୍ଣ୍ଣିବି ମୁହିଁ ,
ଅନାମ ସେହି ନୁହେଁ ରଙ୍ଗୀନ, ବେରଙ୍ଗ ନାହିଁ,
ନାହିଁ ଆକାର, ତାଙ୍କର କିଛି ନିବାସ ନାହିଁ ।