Wq/or/କବିତା/ ସନ୍ଥ କବୀର/୭୮: ସାଧୁ ଶୁଣ ମୋ ଅମର ଗିର

< Wq‎ | or‎ | କବିତା/ ସନ୍ଥ କବୀର ସନ୍ଥ କବୀର > ୭୮: ସାଧୁ ଶୁଣ ମୋ ଅମର ଗିର

ସାଧୁ ଶୁଣ ମୋ ଅମର ଗିର [1]Edit

ସାଧୁ ଶୁଣ ମୋ ଅମର ଗିର, ଚାହୁଁଛ ଯଦି ଶୁଭ ନିଜର,
ପରୀକ୍ଷା ନେଇ କର ବିଚାର ।

ନିଜକୁ ତୁମେ ପ୍ରଭୁଙ୍କଠାରୁ ବିଚ୍ୟୁତ କରି ହୋଇଛ ଦୂର,
ଯାହାଙ୍କଠାରୁ ଜନ୍ମ ତୁମର ।

ସବୁ କାରଣ ହଜେଇ ଦେଲ, ମରଣ ନିମନ୍ତ୍ରଣ କରିଲ ।
ଅଛି ଯେତେକ ଶିକ୍ଷା ସିଦ୍ଧାନ୍ତ, ତାଙ୍କଠୁ ବୃଦ୍ଧି, ତାଙ୍କଠୁ ଜାତ,
ଏହି କଥାଟି ନିଶ୍ଚିତ ଜାଣ, ମୃତ୍ୟୁର ଭୟ ହେବ ତୋ ଦୂର,
ଶୁଣ ମୋର ଏ ସତ୍ୟ ଖବର ।
କାହାର ନାମ ଗାୟନ କର, ମନରେ ଧ୍ୟାନ କାହାକୁ କର ?
ଏହି ଜାଲରୁ ଶୀଘ୍ର ବାହାର ।
ସମସ୍ତ ବସ୍ତୁ ମଧ୍ୟେ ତା ବାସ, କାହିଁକି ତୋର ନିର୍ଜନ ବାସ ?
ଗୁରୁଙ୍କୁ ଯଦି ରଖୁ ତୁ ଦୂର, ଦୂରତ୍ଵକୁ ତୁ ସମ୍ମାନ କର ।
ଯଦି ବା ପ୍ରଭୁ ରହନ୍ତି ଦୂରେ, କିଏ ତାହେଲେ ସୃଷ୍ଟି ସଞ୍ଚାରେ,
ଯେବେ ରହୁଛି ତୋ ଭାବନାରେ, ପ୍ରଭୁ ନାହାନ୍ତି ଏହି ସ୍ଥାନରେ,
ଖୋଜୁ ବୁଲୁ ତୁ ଆହୁରି ଦୂରେ, ଚକ୍ଷୁରେ ତୋର ଲୋତକ ଭରେ ।
ଯଦି ଥାଆନ୍ତେ ବହୁ ଦୂରରେ, ତାଙ୍କ ମିଳନ ସମ୍ଭବ କିରେ ?
ଅଛନ୍ତି ଯେଣୁ ଆମରି ପାଶ, ମିଳୁଛି ତେଣୁ ତାଙ୍କ ଆଶିଷ ।
କବୀର କହେ କାଳେ ଭକତ, ଭୋଗିବ କଷ୍ଟ ଅପରିମିତ,
ତେଣୁ ରହନ୍ତି ସୁପରିବ୍ୟାପ୍ତ ।
ନିଜକୁ ଚିହ୍ନ ତୁମ ମଧ୍ୟରେ, ପାଦରୁ ମଥା ସେ ସ୍ଥିତବାନ,
ହୃଦୟେ ଦୃଢ ରଖ ତୋ ସ୍ଥାନ, ଆନନ୍ଦ ମନେ କର ତୁ ଗାନ ।

ଆଧାରEdit

  1. http://en.wikisource.org/wiki/One_Hundred_Poems_by_Kabir