Wq/or/କବିତା/ ସନ୍ଥ କବୀର/୭୭: ଚାଲ ଯିବା ହେ ହୃଦୟ ମୋର

ସନ୍ଥ କବୀର > ୭୭: ଚାଲ ଯିବା ହେ ହୃଦୟ ମୋର

ଚାଲ ଯିବା ହେ ହୃଦୟ ମୋର[1]

edit

ଚାଲ ଯିବା ହେ ହୃଦୟ ମୋର,ଯେଉଁଠି ଅଛି ପ୍ରଭୁଙ୍କ ଘର,
ଲୁଟିଛନ୍ତି ଯେ ମନ ମୋହର ।

କଳସୀ ସେଠି ପ୍ରେମରେ ଭରେ, ନାହିଁ ଦଉଡି କୂପ ଉପରେ,
ନୀର କାଢିବା ପାଇଁ ସଧିରେ ।

ସେଠାରେ ମେଘ ଘୋଡାଏ ନାହିଁ ଆକାଶ ବକ୍ଷ, ତଥାପି ଖସେ
ଜଳ ଧାରର ଧୀର ଫୁଆର ।

ଓଃ ଶରୀରୀ, ଦୁଆର ବନ୍ଧ ପରେ ବସନି, ଯାଅ ସେ ସ୍ଥାନ
ସ୍ନାନ କର ତୁ ସେହି ଜଳର ।

ନାହିଁ ଅନ୍ଧାର, ଜ୍ୟୋତ୍ସ୍ନା ସତତ, କେହି କହେନି ଏକକ ସୂର୍ଯ୍ୟ,
ନିୟୁତ ସୂର୍ଯ୍ୟ ରଶ୍ମୀ ପ୍ରତୀତ ।

ଆଧାର

edit
  1. http://en.wikisource.org/wiki/One_Hundred_Poems_by_Kabir