Wq/or/କବିତା/ ସନ୍ଥ କବୀର/୭୬: ପ୍ରେମ ଚକ୍ଷୁ ଖୋଲି
ପ୍ରେମ ଚକ୍ଷୁ ଖୋଲି ପ୍ରଭୁ ଙ୍କୁ ଦେଖ,
ସଂସାର ସାରା ଯେ ପରିବ୍ୟାପ୍ତ ।
ଜାଣ ଏହାହିଁ ତୋ ନିଜ ଘର,
ଏହା ହିଁ ଅଟେ ମୋର ବିଚାର ।
ପ୍ରକୃତ ଗୁରୁ ଭେଟିବୁ ଯେବେ,
ଜାଗ୍ରତ ହେବ ହୃଦୟ ତେବେ ।
କହିବେ ସେହି ପ୍ରେମ ଆବର,
ଗୋପନ କଥା ନିରାସକ୍ତିର ।
ଜାଣି ପାରିବୁ ତୁ ସେ କଥା ପାରେ,
ଏ ସଂସାରୁ ସେ କେତେ ଉର୍ଦ୍ଧ୍ଵରେ ।
ସଂସାର ଅଟେ ସତ୍ୟ ସହର,
ଅତି କୁଟିଳ ପଥ ଏହାର ।
କରାଏ ହୃଦ ସେ ବଶୀଭୁତ,
ନ କରି ପାର ଏପରି ପଥ ।
ଯାଇ ପାରିବୁ ତୋ ଲକ୍ଷ ସ୍ଥଳ,
ଚାଲିଛି ଚିରନ୍ତନ ଏ ଖେଳ ।
ଚାଲେ ଚୌଦିଗ ସର୍ବଦା ତାଙ୍କ,
ଚିରନ୍ତନ ଏହି ଖେଳଟି ତାଙ୍କ ।
ଜାଣିଲେ ଆମେ ଏହି ରହସ୍ୟ,
ପରିତ୍ୟାଗ ଓ ଗ୍ରହଣ ଶେଷ ।
ନିଜର ବୋଲି ଯେଉଁ ଉତ୍ତାପ,
କେବେ ସେ ଦେବ ନାହିଁ ସନ୍ତାପ ।