Wq/or/କବିତା/ ସନ୍ଥ କବୀର/୭୪: ହୃଦୟ ମୋର ତୋ ଅଗୋଚର
ହୃଦୟ ମୋର ତୋ ଅଗୋଚର,
ଗୁପ୍ତ କଥା ଏ ପ୍ରେମ ଗ୍ରାମର ।
ଅଜ୍ଞତା ନେଇ ଆସିଥିଲୁ ତୁ,
ଅଜ୍ଞତା ନେଇ ଫେରିଯିବୁ ତୁ ।
ଜୀବନ ସହ ଖେଳ ଖେଳିଲୁ,
ସାଥୀ ମୋର ତୁ କ ଅଣ କଲୁ ! !।
ମୁଣ୍ଡ ଉପରେ ପଥର ଭଳି,
ଓଜନ ରଖି ଚାଲିଲୁ ଢଳି ।
କେବେ ବି ତୁହି ଭାବିଲୁ ନାହିଁ,
ଲଘୁ କରିବ କିଏ ତୋ ପାଇଁ ।
ଅନ୍ୟ କୂଳରେ ତୋ ସାଙ୍ଗ ଠିଆ,
କେବେ ଭେଟିବୁ ଭାବିନୁ କିଆଁ ।
ଡଙ୍ଗା ଭାଙ୍ଗିଛି ତଥାପି ତୁହି,
ସଦା କୂଳରେ ବସିଛୁ ରହି ।
ନ ଥାଇ କିଛି ସତ୍ କାରଣ,
ବସି ସହୁଛୁ ଢେଉ କମାଣ ।
କବୀର କହେ କର ବିଚାର,
ଶେଷ ମୁହୂର୍ତ୍ତେ କେ ସାଥୀ ତୋର ।
ଏକାକୀ ତୁହି, ନା ସାଥୀ କେହି,
ତୋ କର୍ମ ଫଳ ପାଇବୁ ତୁହି ।