Wq/or/କବିତା/ ସନ୍ଥ କବୀର/୭୩: ପାଲିଙ୍କି ଆସିଛି ନେବାକୁ ମୋତେ

ସନ୍ଥ କବୀର > ୭୩: ପାଲିଙ୍କି ଆସିଛି ନେବାକୁ ମୋତେ

ପାଲିଙ୍କି ଆସିଛି ନେବାକୁ ମୋତେ [1] edit

ପାଲିଙ୍କି ଆସିଛି ନେବାକୁ ମୋତେ, ମୁଁ ଯିବି ମୋର ସ୍ଵାମୀଙ୍କ ଘର,
ସୁଖାତିଶୟ ହୃଦୟ ମୋର,
କିନ୍ତୁ ବାହକ ଆଣିଲେ ମୋତେ, ଶୂନ୍ୟତା ମଧ୍ୟେ ଏ ଜଙ୍ଗଲର,
ନାହାନ୍ତି କେହି ମୋର ନିଜର ।

ବାହକ ଭାଇ ଧରୁଛି ପାଦ, କିଛି ସମୟ ଅପେକ୍ଷା କର,
ଫେରିଯାଇ ମୁଁ ମେଲାଣି ନେବି ଆତ୍ମିୟ ସାଥୀ ଯେତେକ ମୋର ।
କବୀର ଦାସ ଗାଉଛି ଗୀତ, ଯେତେକ ଭଲ ମନ୍ଦ କର୍ମର,
କିଣା ବିକା ତୁ ସମସ୍ତ ସାର,
ଯେଉଁ ସ୍ଥାନକୁ ଯାଉଛୁ ତୁହି, ସେଠାରେ ନାହିଁ ହାଟ ବଜାର ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir