Wq/or/କବିତା/ ସନ୍ଥ କବୀର/୭୦: ବିନମ୍ର ତଥା ସନ୍ତୁଷ୍ଟ ଯିଏ

ସନ୍ଥ କବୀର > ୭୦: ବିନମ୍ର ତଥା ସନ୍ତୁଷ୍ଟ ଯିଏ

ବିନମ୍ର ତଥା ସନ୍ତୁଷ୍ଟ ଯିଏ [1] edit

ବିନମ୍ର ତଥା ସନ୍ତୁଷ୍ଟ ଯିଏ, ଯିଏ ସମତା ଦୃଷ୍ଟି ସମ୍ପର୍ଣ୍ଣ,
ଯାହାର ମନ ଗ୍ରହଣ ତଥା ବିଶ୍ରାମ ନେଇ ସ୍ଵୟଂ ସମ୍ପୂର୍ଣ୍ଣ ।

ଦେଖିଛି ଯିଏ, ଛୁଇଁଛି ଯିଏ, ସବୁ ବିପଦ ଭୟଠୁ ଦୂର,
ଚନ୍ଦନ ବୋଳା ଶରୀର ସମ, ପ୍ରଭୁଙ୍କ ସହ ଭାବ ତାଙ୍କର ।

ନାହିଁ ଆନନ୍ଦ ଅନ୍ୟ କେଉଁଠି, କର୍ମ, ବିଶ୍ରାମ, ସଙ୍ଗୀତ ଧାର,
ଚତୁର୍ଦ୍ଦିଗରେ ଜ୍ୟୋତି ପ୍ରକାଶ, କହେ କବୀର ତା ପାଦ ଧର ।

ଅବିଭାଜ୍ୟ ଓ ଏକକ ସେହି, ଅପରିବର୍ତ୍ତ, ସଦା ପ୍ରଶାନ୍ତ,
ସବୁ ପାତ୍ରକୁ ପୂର୍ଣ୍ଣ କରି ସେ ଭରି ଦିଅନ୍ତି ପ୍ରେମ ଆନନ୍ଦ ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir