Wq/or/କବିତା/ ସନ୍ଥ କବୀର/୬୭: ଜାଣିନାହିଁ ମୁଁ ମୋ ପ୍ରଭୁଙ୍କର

ସନ୍ଥ କବୀର > ୬୭: ଜାଣିନାହିଁ ମୁଁ ମୋ ପ୍ରଭୁଙ୍କର

ଜାଣିନାହିଁ ମୁଁ ମୋ ପ୍ରଭୁଙ୍କର [1] edit

ଜାଣି ନାହିଁ ମୁଁ ମୋ ପ୍ରଭୁଙ୍କର କିବା ଥିବ ଆଚରଣ,
ଚିତ୍କାର କରି ପ୍ରଭୁଙ୍କୁ ମୁଲ୍ଲା ଡାକୁଛି କିବା କାରଣ ?

ତୁମ ପ୍ରଭୁ କି କାଲା ଅଟନ୍ତି ? ଜଣା ତ ତାଙ୍କୁ ସମସ୍ତ,
ପିମ୍ପୁଡି ପାଉଁଜି ଚାଲିଲେ ବାଜେ, ସେ ଶବ୍ଦ ଶୁଭେ ତାଙ୍କୁ ତ ।

ମାଳା ଗଡାଉ, ପ୍ରଭୁଙ୍କୁ ଡାକୁ, ମୁଣ୍ଡରେ ଜଟା, ମଥାରେ ଟିକା,
ହୃଦରେ ତୀକ୍ଷ୍ଣ ଅସ୍ତ୍ର ରଖିଛୁ, ଶୁଣିବେକି ପ୍ରଭୁ ତୋହର ଡକା ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir