ମନରେ ପ୍ରେମ ରଙ୍ଗ ନ ଭରି, ବସନରେ ରଙ୍ଗ ଭରେ, ବ୍ରହ୍ମକୁ ଛାଡି ପ୍ରସ୍ତର ପୂଜେ ଯୋଗୀ ମନ୍ଦିର ଭିତରେ ।
କର୍ଣ୍ଣରେ ରନ୍ଧ୍ର, ମସ୍ତକେ ଜଟା, ଦାଢି ଛାଗଳ ପରାୟେ, କାମନା ମାରି ହିଁଜଡା ହୋଇ, ଏକାନ୍ତ ସ୍ଥାନରେ ରହେ ।
ଲଣ୍ଡିତ ମୁଣ୍ଡ, ରଙ୍ଗ ବସନ, ଗୀତାର ପ୍ରବକ୍ତା ହୁଏ, କବୀର କହେ ହସ୍ତ ଓ ପଦ ବନ୍ଧା ଯମ ପୁର ଯାଏ ।