Wq/or/କବିତା/ ସନ୍ଥ କବୀର/୬୪: ପ୍ରଭୁ ମିଳନ କଠିନ ଭାଇ

ସନ୍ଥ କବୀର > ୬୪: ପ୍ରଭୁ ମିଳନ କଠିନ ଭାଇ

ପ୍ରଭୁ ମିଳନ କଠିନ ଭାଇ [1] edit

ତୃଷାର୍ତ୍ତ ହୋଇ ପପିହା କାନ୍ଦେ ବାରିଦ ଜଳ ନିମନ୍ତେ,
ଅନ୍ୟ ଜଳ ତ ପିଇବ ନାହିଁ ମଲେବି କୌଣସି ମତେ ।

ମୃଗୁଣୀ ପ୍ରେମ ନାଦ ଶ୍ରବଣ କରି ଆଗାଏ ମୃଗ,
ପ୍ରେମ ବିଭୋର ମୃଗ ଡରେନି ସିଂହ ଅଥବା ବାଘ ।

ପତିର ଶବ ପାଖରେ ସତୀ ଡରେନି ଅଗ୍ନିର କଷ୍ଟ,
ପାର୍ଥିବ ଦେହ ତ୍ୟାଗର ଡର ହୁଏ ତାହାର ନଷ୍ଟ ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir