Wq/or/କବିତା/ ସନ୍ଥ କବୀର/୬୩: କାହିଁକି ଏତେ ଅଧୀର
କାହିଁକି ହୃଦ ଅଧୀର ମୋର, କାହିଁକି ଏତେ ଅଧୀର,
ପଶୁ ପକ୍ଷୀ ଓ ପତଙ୍ଗଠାଏ ଅନୁଧ୍ୟାନ ବି ତାଙ୍କର ।
ମାତୃ ଗର୍ଭରେ ଯେବେ ତୁ ଥିଲେ, ସେ ନେଲେ ତୋହର ଯତ୍ନ,
ଆସିଲା ପରେ ସେହି ସ୍ଥାନରୁ ନେବେ ନାହିଁ କି ତୋ ଯତ୍ନ ।
ପ୍ରଭୁଙ୍କ ସ୍ମିତ ହାସ୍ୟଠୁ ଦୂର, କାହିଁକି ବୁଲୁ ଅଯଥା ?
ପ୍ରଭୁଙ୍କୁ ଛାଡି ଅନ୍ୟକୁ ଭଜୁ, ସବୁ କାର୍ଯ୍ୟ ତୋର ବୃଥା ।