Wq/or/କବିତା/ ସନ୍ଥ କବୀର/୬୧: ଅବଶେଷରେ ଆସିଛୁ ତୁହି
ଅବଶେଷରେ ଆସିଛୁ ତୁହି, ପାଶେ ଆନନ୍ଦ ସାଗର,
ତୃଷାର୍ତ୍ତ ରହି ଯାଅନା ଫେରି, ଜାଗି ଉଠ ମୂର୍ଖ ନର ।
ମୃତ୍ୟୁ ଟାକିଛି ତୋ ସମ୍ମୁଖରେ, ଜଳ ଅତୀବ ପବିତ୍ର,
ପ୍ରତି ଶ୍ଵାସରେ ନ କରି ଡେରି ଯଥା ଶୀଘ୍ର ପାନ କର ।
ମରିଚିକା ପଛେ ଗୋଡାନି କେବେ, ହୁଅ ତୁ ମଧୁ ତୃଷାର୍ତ୍ତ,
ଧୃବ, ପ୍ରହ୍ଳାଦ, ଶୁକ, ରାଇ ଦାସ ଏହାକୁ ପିଇ କୃତାର୍ଥ ।
ପ୍ରେମ ନିମନ୍ତେ ତୃଷାର୍ତ୍ତ ସାଧୁ ମାତାଲ ହୁଏ ପ୍ରେମର,
କବୀର କହେ ଶୁଣ ହେ ଭାଇ, ଭାଙ୍ଗ ଏ ଭୟର ଘର ।
କ୍ଷଣକ ପାଇଁ ଯେବେଠୁ ତୁମେ ଆସିଛ ଏହି ସଂସାର,
ମିଥ୍ୟା ବନ୍ଧନ ବୁଣି ଚାଲିଛ, ଶଠତା ପ୍ରତି କଥାର ।
ମୁଣ୍ଡରେ ଅଛି କାମନା ବୋଝ, ହାଲୁକା ହେବ କେମିତି,
କବୀର, ରଖି ସତ୍ୟ ଓ ପ୍ରେମ ଛାଡ ସମସ୍ତ ଆସକ୍ତି ।