Wq/or/କବିତା/ ସନ୍ଥ କବୀର/୫୬: ପ୍ରକୃତ ସାଧୁ ବୋଲାଏ ସେହି

ସନ୍ଥ କବୀର > ୫୬: ପ୍ରକୃତ ସାଧୁ ବୋଲାଏ ସେହି

ପ୍ରକୃତ ସାଧୁ ବୋଲାଏ ସେହି [1]

edit

ପ୍ରକୃତ ସାଧୁ ବୋଲାଏ ସେହି, ନିରାକାରର ଆକାର ଯିଏ ପ୍ରତି ଚକ୍ଷୁରେ ପାରେ ଦେଖାଇ,
ବିଧି ବିଧାନ କର୍ମ ବ୍ୟତୀତ ସରଳ ଭାବେ ଯିଏ ତୁମକୁ ପ୍ରଭୁ ଦର୍ଶନ ବାଟ ଦେଖାଇ ।

କବାଟ ବନ୍ଦ କରି ଅଯଥା ଶ୍ଵାସକୁ ରୋକି ସଂସାର ତ୍ୟାଗ ଉପଦେଶ ସେ ଦିଏନି କେବେ.
ଯେଉଁ ବସ୍ତୁରେ ମନ ଲାଗିବ ସେହି ବସ୍ତୁରେ ପ୍ରଭୁଙ୍କ ସତ୍ତା ଅନୁଭବ ଯେ କରେଇ ପାରେ ।
ସବୁ କର୍ମର ମଧ୍ୟେ ତୁମକୁ ନିଶ୍ଚଳ ହେବା ଦିଏ ଶିଖେଇ ।

ମନେ ନ ଥାଇ କୌଣସି ଭୟ, ଆଶୀର୍ବାଦରେ ସେ ବୁଡେ ରହେ,
ସବୁ ଆମୋଦ ମଧ୍ୟେ ସର୍ବଦା ପ୍ରଭୁ ସଂଲଗ୍ନ ତା ମନ ରହେ ।

ମାଟି ଆକାଶ ପବନ ଜଳ, ସବୁ ସ୍ଥାନରେ ସେହି ଅନନ୍ତ ସତ୍ତାର ଥାଏ ଅନନ୍ତ ବାସ,
ବଜ୍ର ସମାନ ଭକ୍ତାର ସ୍ଥାନ ଶୂନ୍ୟ ଉର୍ଦ୍ଧ୍ଵରେ ସୁଦୃଢ଼ ରହେ,
ଅନ୍ତରେ ସେହି, ବାହାରେ ସେହି, କେବଳ ତାଙ୍କୁ ଦେଖିପାରେ ମୁଁ ,
ତାଙ୍କୁ ଅନ୍ୟ କେହିବି ପାରେନି ଦେଖି ।

ଆଧାର

edit
  1. http://en.wikisource.org/wiki/One_Hundred_Poems_by_Kabir