Wq/or/କବିତା/ ସନ୍ଥ କବୀର/୫୦: ବାଜୁଛି ବଂଶୀ ନାହିଁ ବିରାମ
ବାଜୁଛି ବଂଶୀ ନାହିଁ ବିରାମ, ତା ସୁରର ନାମ ପ୍ରେମ,
ସମସ୍ତ ସୀମା ଲଙ୍ଘିଲେ ପ୍ରେମ, ଉପଲବ୍ଧ ସତ୍ୟ ଧାମ ।
ଦିଗ ବିଦିଗ ବାସ୍ନା ଚହଟେ, ନାହିଁ ତାହାର ଅନ୍ତ,
ଆଉ କେହି ବି ନାହାନ୍ତି ଯିଏ, ଓଗାଳିବ ତାର ପଥ ।
ବଂଶୀର ତାନ ସହସ୍ର ରବି ସମ ହୁଏ ଜ୍ୟୋତିର୍ମୟ,
ବୀଣା ସମାନ କି ଅନୁପମ, ବୀଣା ସ୍ଵର ସତ୍ୟମୟ ।