ଅଦ୍ଭୁତ ଏକ ବୃକ୍ଷ ରହିଛି, ଠିଆ ହୋଇ ବିନା ଚେର, ପୁଷ୍ପିତ ବିନା ଫଳ ଫଳିଛି, ନାହିଁ ଶାଖା ଅବା ପତ୍ର ।
ଦୁଇଟି ପକ୍ଷୀ ଗୀତ ଗାଆନ୍ତି, ଏକ ଚେଲା ଅନ୍ୟ ଗୁରୁ, ଚେଲା ଚାଖୁଛି ଜୀବନ ଫଳ, ଆନନ୍ଦେ ଦେଖଇ ଗୁରୁ ।
ଖୋଜିଲେ ପକ୍ଷୀ ମିଳଇ ନାହିଁ କିନ୍ତୁ ସଦା ଦୃଶ୍ୟମାନ, ଆକାର ମଧ୍ୟେ ନିରାକାର ସେ, ଆକାରର ଗାଏ ଗୁଣ ।