Wq/or/କବିତା/ ସନ୍ଥ କବୀର/୪୬: ସାଧୁ ନିର୍ମଳ କର ତୋ ଦେହ
ସାଧୁ ନିର୍ମଳ କର ତୋ ଦେହ ଏହି ସାଧାରଣ ପଥେ,
ଯେପରି ବୀଜ ରହେ ସର୍ବଦା ବଟ ବୃକ୍ଷର ସାଥେ ।
ଯେପରି ବୀଜ ମଧ୍ୟରେ ଥାଏ ଫଳ, ପୁଷ୍ପ ଓ ଛାୟା,
ଶରୀର ମଧ୍ୟେ ସେପରି ବୀଜ, ବୀଜରେ ସ୍ଥାନିତ କାୟା ।
କ୍ଷିତି ଅପ ତେଜ ମରୁତ ବ୍ୟୋମ ନାହିଁ ଦେହର ବାହାରେ,
କାଜି ପଣ୍ଡିତ କର ବିଚାର, ନାହିଁ ବା କିସ ଆତ୍ମାରେ ।
ଜଳ କଳସୀ ଜଳ ମଧ୍ୟରେ, ଜଳ ଭିତର ବାହାର,
ନାମ କରଣ କଲେ ପ୍ରମାଦ, ଦ୍ଵୈତ ଅବସ୍ଥା ତାହାର ।
କବୀର ସତ୍ୟ ଶବ୍ଦଟି ଶୁଣ, ଯାହା ତୁମର ନିର୍ଯ୍ୟାସ
ଶବ୍ଦ ସୃଷ୍ଟି ସେ କର୍ତ୍ତା କରନ୍ତି, ନିଜ ପ୍ରତି ତା ପ୍ରକାଶ ।