Wq/or/କବିତା/ ସନ୍ଥ କବୀର/୪୫: କେଉଁ ସ୍ଥାନରୁ ଆସିଛ ସାଧୁ
କେଉଁ ସ୍ଥାନରୁ ଆସିଛ ସାଧୁ, କିବା ତୁମ ପରିଚୟ,
କେଉଁ ସ୍ଥାନରେ ରହି ଖେଳନ୍ତି ସୃଷ୍ଟି ସଙ୍ଗେ ଲୀଲାମୟ ।
କାଷ୍ଠରେ ଅଗ୍ନି ଲୁଚିଥିଲେ ବି କିଏ କରେ ପ୍ରଜ୍ଜ୍ଵଳିତ,
ଅଗ୍ନିର ଶକ୍ତି ଯାଏ କୁଆଡେ ହେକେ ପାଂଶୁ ପରିଣତ ।
ସଦଗୁରୁ ଶିକ୍ଷା, ସେ ନୁହେଁ ଅସୀମ, ଅବା ସୀମା ଆବଦ୍ଧ,
କବୀର କହେ ବ୍ରହ୍ମାଙ୍କ ଭାଷା ଶ୍ରୋତାଙ୍କୁ ସର୍ବଦା ଲବ୍ଧ ।