Wq/or/କବିତା/ ସନ୍ଥ କବୀର/୪୩: ଜଳରେ ଥାଇ ମାଛ
ଜଳରେ ଥାଇ ମାଛକୁ ଶୋଷ, ଶୁଣି ହସେ ମୋର ମନ,
ଆତ୍ମା ନ ଚିହ୍ନି ମଥୁରା କାଶୀ, ବୁଲେ ଜନ ଲକ୍ଷହୀନ ।
କସ୍ତୁରୀ ମୃଗ ନିଜ ନାଭିର ଆଘ୍ରାଣ କରି ଅତର,
ଦୁଃଖିତ ମନେ ଖୋରେ ଜଙ୍ଗଲେ, ହୋଇ ଅତୀବ ଅସ୍ଥିର ।
ଜଳାଶୟରେ ପଦ୍ମ ଫୁଟିଛି, ଦେଖ ପାଖୁଡା ତାହାର,
ମହୁ ମାଛିଟି ପ୍ରବେଶ କରି, କରେ ମହୁ ତାର୍ ଜୁର ।
ତୁମ ତ୍ରିଶକ୍ତି ଲୟକୁ ରଖ, ସାଧୁ ସନ୍ଥ ପଥ ଧର,
ପ୍ରଭୁଙ୍କୁ ଯିଏ ଧ୍ୟାନ କରନ୍ତି, ପାଆନ୍ତି ନିଜଭିତର ।
ବର୍ତ୍ତମାନ ବି ପ୍ରଭୁ ଅଛନ୍ତି, ତୁମନ ନିଜ ସାଥୀର,
ତଥାପି କୁହ ତୁମଠୁ ଦୂର, ବୋକାମୀ ଯୋଗୁ ଅସ୍ଥିର ।
କବୀର କହେ ଭାଇ ଭଗିନୀ, ଶୁଣ ମୋହର ଗିର,
ବିନା ସଦଗୁରୁ ତୁମର ଦ୍ଵିଧା କେବେ ବି ହେବନି ଦୂର ।