Wq/or/କବିତା/ ସନ୍ଥ କବୀର/୪୨: ଧର୍ମ ସ୍ଥଳର ଜଳ

ସନ୍ଥ କବୀର > ୪୨: ଧର୍ମ ସ୍ଥଳର ଜଳ

ଧର୍ମ ସ୍ଥଳର ଜଳ [1] edit

(tîrath men to sab pânî hai)

ଧର୍ମ ସ୍ଥଳର ଜଳ ଅନ୍ୟତ୍ର ଜଳ ସମାନ କେବଳ ଜଳ,
କରିଅଛି ମୁଁ ସ୍ନାନ ସେଠାରେ ଅନ୍ୟତ୍ର ଜଳ ଭଳି ନିଷ୍ଫଳ ।

ସବୁ ମୂର୍ତ୍ତୀର ନିର୍ଜିବ ସ୍ଥିତି, ନାହିଁ ତାଙ୍କର କହିବା ଶକ୍ତି,
ଡାକିଛି ମଧ୍ୟ ଉଚ୍ଚ ସ୍ଵରରେ. ଡାକିଲେ ମଧ୍ୟ ଉତ୍ତର ନାସ୍ତି ।

ପୁରାଣ ବହି, କୋରାଣ ବହି, ବହି ମଧ୍ୟରେ ଶବ୍ଦ ହିଁ ରହି,
ସବୁ ପରଦା ଉଠେଇ ଦେଇ, କିଛି ଦର୍ଶନ କରିନି ମୁହିଁ ।

କବୀର କରେ ସମ୍ମାନ ତାର, ଅନୁଭବ ଯିଏ କରେ ନିଜର,
ଜାଣିଛି ଯିଏ ଉତ୍ତମ ରୁପେ, ଅସତ୍ୟ ସବୁ ଅନ୍ୟ ରୁପର ।


ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir