Wq/or/କବିତା/ ସନ୍ଥ କବୀର/୪୧: ସହଜ ସମ୍ପର୍କ ସବୁଠୁ ଶ୍ରେଷ୍ଠ
santo, sahaj samâdh bhalî
ଭେଟ ଯେ ଦିନୁ ହେଲେ ଅନନ୍ତ, ନାହିଁ ଆମର ଲୀଳାର ଅନ୍ତ ।
ଚକ୍ଷୁ ଓ କର୍ଣ୍ଣ ଦୁହେଁ ମୁଦ୍ରିତ, ଦେହ ସାଧନ ହେଲା ବର୍ଜିତ ।
ଚକ୍ଷୁ ଖୋଲିଲେ ତାଙ୍କୁ ହିଁ ଦେଖେ, ଚୌଦିଗେ ତାଙ୍କ ସୌନ୍ଦର୍ଯ୍ୟ ଦେଖେ ।
ନାମ ଧରି ମୁଁ ଯାହା ବି ଦେଖେ, ସେ ସବୁ ମଧ୍ୟେ ତାଙ୍କୁ ହିଁ ଦେଖେ ।
ମୋ ଦ୍ଵାରା ଯେଉଁ କର୍ମ ସାଧିତ, ତା ଦ୍ଵାରା ତାଙ୍କ ପୂଜା ସାଧିତ ।
ମୋ ପକ୍ଷେ ସମ ଉଦୟ ଅସ୍ତ, ପ୍ରତିକୁଳତା ହୁଅଇ ଅସ୍ତ ।
କେଉଁ ସ୍ଥାନକୁ ଯଦି ବା ଯାଏ, ତାଙ୍କ ଚୌଦିଗେ ଘୁରୁଛି ଲାଗେ ।
ମୋ ଦ୍ଵାରା ଯଦି କିଛି ସମ୍ଭବ, ସମସ୍ତ କର୍ମେ ତାଙ୍କଉ ଭାବ ।
ଯଦି ମୁଁ କେବେ ପଡେ ଭୂମିରେ, ପ୍ରଣାମ କରେ ତାଙ୍କ ପୟରେ ।
ସେହି କେବଳ ପୂଜ୍ୟ ମୋହର, ତାଙ୍କ ଛଡା ମୁଁ ନୁହେଁ କାହାର ।
ମୋ ଜିହ୍ଵା ଛାଡି ଅଶୁଦ୍ଧ ଭାଷ, ଗାଏ ମହିମା ରାତ୍ର ଦିବସ ।
ବସିଥାଏ ବା ଠିଆ ମୁଁ ହୁଏ, ତାଙ୍କୁ ଭୁଲିବା କେବେ ନ ହୁଏ ।
ତାଙ୍କ ଗୀତ ମୋ କର୍ଣ୍ଣ ପଟଳେ, ବାଜୁଛି ସଦା ବେଳେ ଅବେଳେ ।