ହେ ସାଧୁ ଶୁଣ ଏହି ଶରୀର, ମହାପ୍ରଭୁଙ୍କ ବାଦ୍ୟ ଯନ୍ତର ଟାଣ କରିଲେ ତାହାର ତାର, ବ୍ରହ୍ମା ଝଙ୍କାର ହୁଏ ବାହାର ଯଦିଚ କଟେ ତାହାର ତାର, ଢିଲା ଯଦିଚ ତାର ତାହାର ମାଟିରେ ଗଢା ଏ ବାଦ୍ୟ ଯନ୍ତ୍ର, ମାଟିରେ ମିଶିବା ହୁଅଇ ସାର କବୀର କହେ ନ ଥିଲେ ସେହି, ଝଙ୍କାର ତୋଳି ନ ପାରେ କେହି ।